କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ମଧ୍ୟରେ ଚାଲିଥିବା ବିବାଦ ନାଟକୀୟ ରୂପ ନେଇଛି । ସମ୍ବିଧାନରେ ରାଜ୍ୟପାଳଙ୍କୁ ରାଜ୍ୟର ପ୍ରଥମ ନାଗରିକର ମାନ୍ୟତା ଦିଆଯାଇଥିବା ସତ୍ତ୍ବେ ଗୁରୁବାର ରାଜ୍ୟପାଳଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିନାହିଁ । ଜଗଦୀପ ଆଜି ବିଧାନସଭା ପହଞ୍ଚିଥିବା ବେଳେ ତାଙ୍କ ପାଇଁ ଉଦ୍ଧିଷ୍ଟ ପ୍ରବେଶ ଦ୍ବାର ଖୋଲାଯାଇନଥିଲା । ଫଳରେ ବାଧ୍ୟ ହୋଇ ସେ ଅନ୍ୟ ଗେଟ୍ ଦେଇ ବିଧାନସଭାରେ ପ୍ରବେଶ କରିଛନ୍ତି।
ମମତା ବନାମ ରାଜ୍ୟପାଳ: ବିଧାନସଭା ଗେଟ୍ରେ ଡ୍ରାମା - west bengal assembly
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବିଧାନସଭାରେ ପ୍ରବେଶ ଅନୁମତି ମିଳିନାହିଁ । ଜଗଦୀପ ଆଜି ବିଧାନସଭା ପହଞ୍ଚିଥିବା ବେଳେ ତାଙ୍କ ପାଇଁ ଉଦ୍ଧିଷ୍ଟ ପ୍ରବେଶ ଦ୍ବାର ଖୋଲାଯାଇନଥିଲା ।
ଗତ ମଙ୍ଗଳବାର ଠାରୁ ମମତା ସରକାର ପଶ୍ଚିମବଙ୍ଗ ବିଧାନସଭା ମୁଲତବୀ ରଖିଛନ୍ତି। ତେବେ ଆଜି ରାଜ୍ୟପାଳ ବିଧାନସଭାର ଐତିହାସିକ ବିଲଡିଂ ଦେଖିବାକୁ ଚାହିଁଥିଲେ। ଏହାପରେ ସେ ଲାଇବ୍ରେରୀ ମଧ୍ୟ ଯାଇଥାନ୍ତେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ସୂଚନା ମଧ୍ୟ ଦେଇଥିଲେ । ପ୍ରଟୋକଲ ହିସାବରେ ରାଜ୍ୟପାଳଙ୍କୁ ଗେଟ ନମ୍ବର 3 ଦେଇ ବିଧାନସଭାରେ ପ୍ରବେଶ କରନ୍ତି । ହେଲେ ସେ ବିଧାନସଭାରେ ପହଞ୍ଚିବା ପରେ ଏହି ଗେଟ୍ରେ ତାଲା ପଡ଼ିଥିଲା। ଏହାପରେ ସେ ଅସନ୍ତୋଷ ପ୍ରକାଶ କରି କିଛି ସମୟ ପର୍ଯ୍ୟନ୍ତ ଗେଟ୍ ସମ୍ମୁଖରେ ହିଁ ଠିଆ ହୋଇଥିଲେ । ପରେ ସେ ଗେଟ୍ ନମ୍ବର 2 ଦେଇ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ ।
ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ଜାଣିଶୁଣି ବିଧାନସଭାରେ ପ୍ରବେଶ କରିବାକୁ ଦିଆଯାଇନାହିଁ । ବିଧାନସଭା ମୁଲତବୀ ହେବାର ଅର୍ଥ ନୁହେଁ, ଏହା ବନ୍ଦ ହୋଇ ଯାଇଛି। ବିଧାନସଭା ମୁଲତବୀ ରହିଲେ ବି ପୂରା ସଚିବାଳୟ ଖୋଲା ରହିବା କଥା। ଏହା ଅତ୍ୟନ୍ତ ଅପମାନର ବିଷୟ । ଏହା ଗଣତନ୍ତ୍ରର ଅପମାନ । ଏଭଳି କରି ମୋତେ ଅପମାନ କରାଯାଇନାହିଁ, ରାଜ୍ୟର ଲୋକଙ୍କୁ ଅପମାନିତ କରାଯାଇଛି ବୋଲି ସେ କହିଛନ୍ତି ।