ଓଡିଶା

odisha

By

Published : Aug 2, 2019, 6:46 PM IST

ETV Bharat / bharat

ସାଇକେଲରେ ଯାତ୍ରା କରି ହେରାଲ୍ଡଙ୍କ ରେକର୍ଡ

ସାଇକେଲରେ ଯାତ୍ରା କରି ହେରାଲ୍ଡଙ୍କ ରେକର୍ଡ । ଛତିଶଗଡ଼ ରାୟପୁର ଅଞ୍ଚଳର ହେରାଲ୍ଡ ମାସିହ ସାଇକେଲରେ ଖାରଦୁଙ୍ଗଲା ପର୍ଯ୍ୟନ୍ତ ଯାତ୍ରା କରି ସୃଷ୍ଟି କରିଛନ୍ତି ନିଆରା ରେକର୍ଡ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ସାଇକେଲରେ ଯାତ୍ରା କରି ହେରାଲ୍ଡଙ୍କ ରେକର୍ଡ। ସରକାରୀ ଚାକିରି ଛାଡ଼ି ସଉକ ନିଶାରେ ଛତିଶଗଡ଼ର ଯୁବକ ହେରଲ୍ଡ ମାସିହ । ନିଜ ସଉକ ପୁରା କରିବା ପାଇଁ ସେ ସାଇକେଲରେ ମନାଲୀରୁ ଖାରଦୁଙ୍ଗଲା ପର୍ଯ୍ୟନ୍ତ ଯାତ୍ରା କରି ରେକର୍ଡ କରିଛନ୍ତି ।
ଏକ ସାକ୍ଷାତକାରରେ ହେରାଲ୍ଡ କହିଛନ୍ତି କି ସେ ଜଣେ ଇଞ୍ଜିନିୟର । ଇଲେକ୍ଟ୍ରିକାଲ ବିଭାଗରେ ଇଞ୍ଜିନିୟରିଂ କରିଛନ୍ତି । ଶିକ୍ଷା ଶେଷ ପରେ ସେ ଭାରତୀୟ ଡାକରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଭାବେ ଚାକିରି କରୁଥିଲେ । ମାତ୍ର ଏହି ଚାକିରି ଜୀବନ ମଧ୍ୟରେ ସେ ନିଜର ସଉକ ପୁରଣ କରିବାରେ ବିଫଳ ହେଉଥିଲେ । ଫଳରେ ସେ ଗତ ମାର୍ଚ୍ଚ ମାସରେ ଚାକିରିରୁ ଇସ୍ତଫା ପ୍ରଦାନ କରିଥିଲେ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଜାତୀୟ ସ୍ତରରେ ଆଡଭେନଚର ସାଇକେଲ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥାନ୍ତି । ଏହା ମାଧ୍ୟମରେ 28 ବର୍ଷୀୟ ହେରଲ୍ଡ ମନାଲୀରୁ ସାଇକେଲରେ ଯାତ୍ରା ଆରମ୍ଭ କରି ଖାରଦୁଙ୍ଗଲା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ମନାଲୀରୁ ଖାରଦୁଙ୍ଗଲାର ଦୂରତା ପାଖାପାଖି 550 କିଲୋମିଟର । ଏହି ଦୂରତାକୁ ସେ ମାତ୍ର 11 ଦିନରେ ଅତିକ୍ରମ କରିଥିଲେ । ଏହି ଯାତ୍ରାରେ 105 ଜଣ ଲୋକ ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ମାତ୍ର 20 ଜଣ ଲୋକ ହିଁ ଖାରଦୁଙ୍ଗଲାରେ ପହଞ୍ଚି ପାରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।

ହେରାଲ୍ଡ ଆହୁରି ମଧ୍ୟ କହିଛନ୍ତି କି ଏହି ଯାତ୍ରା ମଧ୍ୟରେ ସେ ଅନେକ ଦୁର୍ଗମ ରାସ୍ତାକୁ ଅତିକ୍ରମ କରିଛନ୍ତି । ଏହି ଯାତ୍ରା ଆରମ୍ଭରୁ ପାଣିପାଗ ମଧ୍ୟ ବହୁତ ଖରାପ ରହିଥିଲା । ଅନେକ ସ୍ଥାନରେ ଆମେ ପ୍ରବଳ ବର୍ଷାର ସମ୍ମୁଖିନ ହୋଇଥିଲୁ । ତେବେ ଏହି ବର୍ଷା ମଧ୍ୟରେ ଆମକୁ ଖରାପ ରାସ୍ତା ଦେଇ ଯିବାକୁ ପଡ଼ିଥିଲା ବୋଲି ସେ କହିଥିଲେ । ଏହି ଯାତ୍ରା ସମୟରେ ଅନେକ ଦୁର୍ଦ୍ଦଶାର ପରିସ୍ଥିତକୁ ସମ୍ମୁଖିନ ହୋଇଥିଲେ । ଯାତ୍ରା ସମୟରେ ଦୁଇ ଥର ଭୁସ୍ଖଳନର ସମ୍ମୁଖୀନ ହୋଇଥିବା ସେ କହିଛନ୍ତି ।

ତେବେ ଏହି ଯାତ୍ରା ସମୟରେ ଅଧିକାଂଶ ସମୟରେ ଥଣ୍ଡା ଓ ବର୍ଷା ହେଉଥିବାରୁ ସାଇକେଲ ଚଲାଇବା ଅତ୍ୟନ୍ତ କାଠିକର ପାଠ ରହିଥିଲା । ଅଧିକ ବର୍ଷାରେ ହାତ ଅଧିକ ଥଣ୍ଡା ହୋଇ ଯାଉଥିଲେ ବାଇକର ଗରମ ସାଇଲେନ୍ସର ପାଇପରେ ହାତକୁ ସେକୁଥିଲେ ।
ହେରାଲ୍ଡ ଆହୁରି ମଧ୍ୟ କହିଥିଲେ କି, ଏହି ଯାତ୍ରା ସମୟରେ ଅନେକ ସ୍ଥାନରେ ତାଙ୍କ ପାଖରେ କିଛି ଖାଇବାକୁ ନଥିଲା । ବନ୍ଧୁମାନଙ୍କ ଯୋଗାଯୋଗ କରିବା ଦ୍ବାରୋ ସେମାନେ ଆସୁଥିବା ଲୋକଙ୍କ ସହାୟତାରେ ଖାଇବାକୁ ପଠାଉଥିଲେ ବୋଲି ସେ କହିଛନ୍ତି ।

ସେହିପରି ସେ ଏଭରେଷ୍ଟ ବେସ କ୍ୟାମ୍ପ ପର୍ଯ୍ୟନ୍ତ ସାଇକେଲ ମାଧ୍ୟମରେ ଯିବାକୁ ଚାହୁଁଛନ୍ତି । ଏହା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details