ନ୍ୟୁୟର୍କ: କୋରୋନାରୁ ବଞ୍ଚିବା ପାଇଁ ବର୍ତ୍ତମାନ ବାଧ୍ୟତାମୂଳକ ହୋଇଛି ମାସ୍କର ବ୍ୟବହାର । ଏମିତିରେ ମାସ୍କର ପ୍ରସ୍ତୁତିକୁ ସମସ୍ତ ରାଷ୍ଟ୍ରରେ ତ୍ବରାନ୍ବିତ କରାଯାଇଥିବା ବେଳେ ଘରେ ନିଜ ମାସ୍କ ପ୍ରସ୍ତୁତ କରିବାରେ ଲାଗିଛନ୍ତି ଅନେକ । ହେଲେ ଏହି ମାସ୍କ ଯେ କେତେ ସୁରକ୍ଷିତ ଓ କ’ଣ କଲେ ଲୋକେ ସହଜରେ ନିଜ ମାସ୍କ ନିଜେ ପ୍ରସ୍ତୁତ କରିପାରିବେ ସେନେଇ ବିଦେଶରେ ଚାଲିଛି ଗବେଷଣା । ଏନେଇ ଜଣେ ଭାରତୀୟ ଗବେଷକଙ୍କ ସମେତ ଏକ ଗବେଷକ ଟିମ ଖୋଜି ବାହାର କରିଛନ୍ତି ଏକ ସହଜ ଉପାୟ ।
ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ ସାର୍ସ-କୋଭ-2 (SARS-CoV-2) ହେଉଛି କୋରୋନା ସଂକ୍ରମଣର ନୂଆ ବାହକ । ଏହା ଏକ ସାମାନ୍ୟ କଣିକା ଯାହା ଆକ୍ରାନ୍ତଙ୍କ ଛିଙ୍କିବା, ଶ୍ବାସକ୍ରିୟା ବା ସାଧାରଣ କଥାବାର୍ତ୍ତା ସମୟରେ ବାୟୁମଣ୍ଡଳକୁ ନିର୍ଗତ ହୋଇ ସାଧାରଣ ଲୋକଙ୍କ ଦେହରେ ପ୍ରବେଶ କରିଥାଏ । କୋରୋନା ଏକ ଶ୍ବାସକ୍ରିୟା ଜନିତ ସଂକ୍ରମଣ ହୋଇଥିବାରୁ ଏହି କଣିକା ବା ଏରୋସୋଲ ସହଜରେ ସୁସ୍ଥ ବ୍ୟକ୍ତିଙ୍କ ଦେହରେ ପ୍ରବେଶ କରିପାରେ । ତେବେ ଏହାକୁ ରୋକିବା ପାଇଁ ମାସ୍କର ବ୍ୟବହାର ଅତି ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ୟୁଏସସ୍ଥିତ ୟୁନିଭର୍ସିଟି ଅଫ ସିକାଗୋର ସୁପ୍ରତୀକ ଗୁହାଙ୍କ ନେତୃତ୍ବରେ ଏକ ଟିମ ଅନେକ ପରୀକ୍ଷା ନିରୀକ୍ଷା ପରେ ଖୋଜି ବାହାର କରିଛି ଏକ ସହଜ ଉପାୟ ।