ହାଇଦ୍ରାବାଦ: ଗୁଗୁଲ ସର୍ଚ୍ଚରେ ଯୋଡି ହୋଇଛି ନୂଆ ଫିଚର । ଏବେ ଆଉ ଉଚ୍ଚାରଣକୁ ନେଇ ଆପଣଙ୍କୁ କରିବାକୁ ପଡିବନି ପରିଶ୍ରମ । କାରଣ ଗୁଗୁଲରେ ଯୋଡି ହୋଇଥିବା ଏହି ନୂଆ ଫିଚର ଏବେ ଆପଣଙ୍କୁ ଶିଖାଇବ ସଠିକ ଉଚ୍ଚାରଣ । ଏହା ଆପଣଙ୍କ ଶବ୍ଦ ଉଚ୍ଚାରଣକୁ ଚେକ୍ କରିବା ସହ ଆପଣଙ୍କୁ କଷ୍ଟ ଶବ୍ଦ ସବୁର ସଠିକ୍ ଉଚ୍ଚାରଣ ଶିଖାଇବାରେ ସାହାଯ୍ୟ କରିବ ।
ସ୍ବତନ୍ତ୍ର ଭାବେ ସ୍ମାର୍ଟଫୋନଗୁଡକ ପାଇଁ ଗୁଗୁଲ ଏହି ଫିଚର ରୋଲ ଆଉଟ କରିଥିବା ବେଳେ ଏହି ଫିଚର ପାଇଁ ଗୁଗୁଲ ମେସିନ ଲର୍ଣ୍ଣଂର ବ୍ୟବହାର କରିଥିବା ଜଣାପଡିଛି । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତିମ ବୁଦ୍ଧିମତା)ର ସହାୟତାରେ ଆନାଲାଇଜ (ବିଶ୍ଲେଷଣ) କରାଯାଇ ଶବ୍ଦର ସଠିକ୍ ଉଚ୍ଚାରଣ କୁହାଯାଇପାରିବ । ଗୁଗୁଲର ସ୍ପିଚ ରିକଗନିସନ ଟୁଲ ଦ୍ବାରା ଆପଣ କହିଥିବା ଶବ୍ଦକୁ ପ୍ରୋସେସିଂ କରି ଏହା ଏକ୍ସପର୍ଟଙ୍କ ଦ୍ବାରା ଉଚ୍ଚାରଣ ସହ ମ୍ୟାଚ କରାଇଥାଏ ।