ଲକ୍ଷ୍ନୌ: ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଜ୍ଞାପନ କରିପାରିବେନି ହେମାମାଳିନୀ । ମଥୁରାରୁ ବିଜେପି ପ୍ରାର୍ଥିନୀ ଭାବେ ଛିଡା ହୋଇଛନ୍ତି ଅଭିନେତ୍ରୀ ହେମା । ତେବେ ତାଙ୍କ ବିଜ୍ଞାପନ ବାଜିବା ଦ୍ବାରା ଭୋଟର ପ୍ରଭାବିତ ହେଉଥିବା ଅଭିଯୋଗ ଆଣିଛି ରାଷ୍ଟ୍ରୀୟ ଲୋକ ଦଳ ବା ରାଲୋଦ ।
ଲୋକସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ଟେଲିଭିଜନ, ଖବରକାଗଜ ଓ ପତ୍ରିକାରେ ହେମା ମାଳିନୀଙ୍କ ବିଜ୍ଞାପନ ବନ୍ଦ କରିବା ପାଇଁ ଦାବି କରିଛି ରୋଲୋଦ । ସେ ଅଭିଯୋଗ ଆଣିଛି ଯେ, ତାଙ୍କ ବିଜ୍ଞାପନ ବାଜିବା ଦ୍ବାରା ମାଗଣାରେ ତାଙ୍କର ନିର୍ବାଚନୀ ପ୍ରଚାର ହେଉଛି ଯେଉଁଥିରେ ଭୋଟର ମାନେ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ବନ୍ଦ କରିବା ପାଇଁ ସେ ନିର୍ବାଚନ ଆୟୋଗଙ୍କ ଆଗରେ ଫେରାଦ ହୋଇଛି ।