ଓଡିଶା

odisha

ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତରେ ବର୍ଷା ସମ୍ଭାବନା, ବିଗିଡିବ ଆସାମ ବନ୍ୟା ସ୍ଥିତି

By

Published : Jul 18, 2020, 12:18 PM IST

ପ୍ରବଳ ବର୍ଷିବ। ଉତ୍ତର ଏବଂ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (ଆଇଏମଡି) । ବର୍ଷା ଫଳରେ ଆସାମ ବନ୍ୟା ସ୍ଥିତି ଆହୁରି ବିଗିଡିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଉତ୍ତର ଏବଂ ଉତ୍ତର ପୂର୍ବ ଭାରତରେ ବର୍ଷା ସମ୍ଭାବନା, ଆହୁରୀ ବିଗିଡିବ ଆସାମ ବନ୍ୟା ସ୍ଥିତି
ଉତ୍ତର ଏବଂ ଉତ୍ତର ପୂର୍ବ ଭାରତରେ ବର୍ଷା ସମ୍ଭାବନା, ଆହୁରୀ ବିଗିଡିବ ଆସାମ ବନ୍ୟା ସ୍ଥିତି

ନୂଆଦିଲ୍ଲୀ: ପ୍ରବଳ ବର୍ଷିବ। ଉତ୍ତର ଏବଂ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ(ଆଇଏମଡି) । ଜୁଲାଇ 19-21 ରୁ ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ୱାର୍ଣ୍ଣଂ ଦେଇଛି।

ଅରୁଣାଚଳ ପ୍ରଦେଶ ପାଇଁ 19-20 ରୁ ରେଡ୍ ଆର୍ଲଟ ଏବଂ ଜୁଲାଇ 21 ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହି ସମ୍ଭାବ୍ୟ ବର୍ଷା ଆସାମରେ ବନ୍ୟା ପରିସ୍ଥିତିକୁ ଆହୁରି ଖରାପ କରିବାର ସମ୍ଭାବନା ରହିଛି। ଯେଉଁଠାରେ ଗୁରୁବାର ସୁଦ୍ଧା ରାଜ୍ୟର 33 ଟି ଜିଲ୍ଲାର 27 ଟିରେ 39.8 ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇସାରିଲେଣି।

ଚଳିତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ଆସାମରେ ପ୍ରାୟ 102 ପ୍ରାଣ ହରାଇଥିବା ବେଳେ ବନ୍ୟାରେ 76 ଜଣଙ୍କ ଜୀବନ ଯାଇଛି। ଜୁଲାଇ 19 ରୁ 20 ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ ଏବଂ ବିହାର ପାଇଁ ଏକ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଇଏମଡି କହିଛି ଯେ ମୌସୁମୀ ଜୁଲାଇ 18 ରୁ ହିମାଳୟର ପାଦଦେଶ ଆଡକୁ ଧୀରେ ଧୀରେ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ ।ଏଥିସହ, ଦକ୍ଷିଣ-ପଶ୍ଚିମ ଦିଗରେ ଦକ୍ଷିଣ-ପଶ୍ଚିମ ପବନର ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଏବଂ ତା’ର ପୂର୍ବ ଭାରତ ଏବଂ ଆରବ ସାଗରରୁ ଉତ୍ତର-ପଶ୍ଚିମ ଭାରତ ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ବର୍ଷା ପାଇଁ ବନ୍ୟା ପରିସ୍ଥିତି ବିଗିଡିବା ସହ ଉତ୍ତର-ପୂର୍ବ ରାଜ୍ୟ ତଥା ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ ବୋଲି ବିବୃତ୍ତିରେ କୁହାଯାଇଛି।

ABOUT THE AUTHOR

...view details