ଓଡିଶା

odisha

ETV Bharat / bharat

ବର୍ଷାର ବିତ୍ପାତ, ଉବୁଟୁବୁ ଚାନ୍ଦୋଲି ଡ୍ୟାମ୍‌

ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଡ୍ୟାମ୍‌ଟି ପାଖାପାଖି 91.88 ପ୍ରତିଶତ ବର୍ଷା ଜଳରେ ବୁଡି ରହିଛି ।

ଫଟୋ ସୌଜନ୍ୟ :ବ୍ୟୁରୋ ରିପୋର୍ଟ

By

Published : Aug 8, 2019, 12:13 PM IST

ମୁମ୍ବାଇ: ବର୍ଷାର ବିତ୍ପାତରେ ଜଳମଗ୍ନ ଚାନ୍ଦୋଲି ଡ୍ୟାମ୍‌ । ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଡ୍ୟାମ୍‌ଟି ପାଖାପାଖି 91.88 ପ୍ରତିଶତ ବର୍ଷା ଜଳରେ ବୁଡି ରହିଛି।

ଭିଡିଓ ସୌଜନ୍ୟ :ବ୍ୟୁରୋ ରିପୋର୍ଟ

ସେପଟେ ଡ୍ୟାମର ଜଳସ୍ତର ବୃଦ୍ଧି ନେଇ ବାରଣା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରିଛି ପ୍ରଶାସନ। ଗତ 24 ଘଣ୍ଟାରେ ଲଗାଣ ବର୍ଷା ଯୋଗୁଁ ସରଲାୟା ଚାନ୍ଦୋଲି ଡ୍ୟାମ୍‌ରେ 144 ମିମି ଜଳସ୍ତର ବୃଦ୍ଧି ହୋଇଛି । ଡ୍ୟାମରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୁରୁବାର ଡ୍ୟାମ ପ୍ରଶାସନ ପକ୍ଷରୁ ପାଖାପାଖି 4000 କୁସେକ୍ସକୁ ବାରଣା ନଦୀରେ ଛଡାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details