ନୂଆଦିଲ୍ଲୀ: ନିର୍ବାଚନ ତାତିଠୁ ବଳିଯିବ ଖରାତାତି । ତତଲା ଡହଡହ ଖରାରେ ସିଝିବ ଉତ୍ତର-ମଧ୍ୟ ଭାରତ । 45 ଡିଗ୍ରୀ ଅତିକ୍ରମ କରିବ ପାରଦ । ଗରମ ଦାଉରେ ଛଟପଟ ହେବେ ଲୋକେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ ଏହା କୁହାଯାଇଛି।
ଜଳିବ ଉତ୍ତର-ମଧ୍ୟ ଭାରତ, ଉପରମୁହାଁ ପାରଦ - summer
ଉତ୍ତର ଭାରତରେ ଆଗକୁ ଜାରି ରହିବ ଗ୍ରୀଷ୍ମପ୍ରଭାବ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ ଏହା କୁହାଯାଇଛି।
ବର୍ତ୍ତମାନ ମହାରାଷ୍ଟ୍ର ବିଦର୍ଭ, ମଧ୍ୟ ମହାରାଷ୍ଟ୍ର, ମରାଠାୱାଡା, ପୂର୍ବ ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ପ୍ରଭୂତି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଚଳିତ ବର୍ଷ ମେ ମାସ ଶେଷ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କୁହାଯାଇଛି। ସେହିପରି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ତାପମାତ୍ର ସର୍ବାଧିକ 42 ଡିଗ୍ରୀ ଏବଂ ସର୍ବନିମ୍ନ 25 ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଏକ ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ପକ୍ଷରୁ କୁହାଯାଇଛି କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଉତ୍ତର ଭାରତର ଲୋକଙ୍କୁ ସାମୟିକ ଆଶ୍ବସ୍ଥି ମିଳିଛି । ଏଠାରେ ଗ୍ରୀଷ୍ମର ପ୍ରକୋପ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ଅନୁଭୂତ ହେବ । ସେହିପରି ଉତ୍ତର-ପୂର୍ବ ରାଜ୍ୟ ଆସାମ ଏବଂ ମେଘାଳୟରେ ଭାରୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।