ହାଇଦ୍ରାବାଦ: ଚୁଟିରେ ଥିବା ହରମୋନର ମାତ୍ରା ମାନସିକ ଚିନ୍ତା ଓ ଅବସାଦକୁ ସ୍ଥିର କରିଥାଏ । ନିକଟରେ କିଛି ଗବେଷକ ଚୁଟିରେ ଥିବା ହରମୋନ କୋର୍ଟିସଲ ଓ ଅବସାଦର ଲକ୍ଷଣ ମଧ୍ୟରେ ଆଶ୍ଚର୍ଯ୍ୟଜନକ ସମ୍ବନ୍ଧ ଦେଖିବାକୁ ପାଇଥିଲେ । ଅଧିକ କୋର୍ଟିସଲର ମାତ୍ରା ଅବସାଦର ଅନୁରୂପ ଥିବା ସହ କମ୍ କୋର୍ଟିସଲର ମାତ୍ରା ମଧ୍ୟ ମାନସିକ ସ୍ବାସ୍ଥ୍ୟ ସହ ଜଡିତ । ଅନେକ ଗବେଷକ କୋର୍ଟିସଲକୁ ମାନସିକ ଅବସାଦର ପରୀକ୍ଷା କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଏହି ହରମୋନ ଅବସାଦର ସୂଚକ ।
ଶିଶୁ ଓ କଲେଜ ପିଲାଙ୍କ ମଧ୍ୟରେ ଅବସାଦ ଓ ଚିନ୍ତାକୁ ପରୀକ୍ଷା କରିବା ପାଇଁ ବାୟୋମାର୍କର ପରୀକ୍ଷା ଆବଶ୍ୟକ । ଏହି ପରୀକ୍ଷା ଦ୍ବାରା ଭବିଷ୍ୟତର ଅନେକ ପ୍ରଶ୍ନର ଉତ୍ତର ମିଳିବା ସହ କୋର୍ଟିସଲ ଓ ଅବସାଦ ମଧ୍ୟରେ ସମ୍ପର୍କ ବୁଝିବା ସହଜ ହେବ । ଅଧିକ ହରମୋନ ଖରାପ ନା କମ୍ ହରମୋନ, ତାହା ଜାଣିବା ଜରୁରୀ । କେତେକ ଏହି ହରମୋନକୁ କମ କିମ୍ବା ପରିବର୍ତ୍ତନ କରିଥାନ୍ତି । ତେବେ ଶରୀରରେ କୋର୍ଟିସଲର ବ୍ୟବହାର ସେତିକି ମାତ୍ରାରେ ହେଉନାହିଁ ଯେତିକି ହେବା ଆବଶ୍ୟକ ।
ଅନ୍ୟପକ୍ଷେ ନାବାଳକଙ୍କ ମଧ୍ୟରେ ଦେଖାଯାଉଥିବା ଅବସାଦ କେତେକ ମାତ୍ରାରେ କମ ହୋଇଥିବା ଯେତେବେଳେ ସେମାନେ ପରିବାରରେ ସ୍ବଚ୍ଛ ବାତାବରଣ ପାଇଥାନ୍ତି । ତେବେ ହରମୋନ ଓ ଅବସାଦ ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ Ohio stateର ଗବେଷକ 432 ଜଣ 11-17 ବର୍ଷର ନାବାଳକଙ୍କୁ ନେଇ ପରୀକ୍ଷା କରିଥିଲେ । ସମାଜର ବିଭିନ୍ନ କାରକ କିପରି ମାନସିକତା ଉପରେ ପ୍ରଭାବ ପକାଉଛି, ସେନେଇ ପରୀକ୍ଷା କରାଯାଇଥିଲା । ଅବସାଦ ବିଷୟରେ ଜାଣିବା ପାଇଁ 9ଟି ପ୍ରଶ୍ନ ପ୍ରସ୍ତୁତ କରାଗଲା ଓ ସେମାନଙ୍କୁ ରେଟିଂ ଦେବା ପାଇଁ କୁହାଗଲା । ଏହା କରିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲେ କି କେତେଜଣ ଅନ୍ୟ ଲୋକଙ୍କ ସହ ମିଶିବା ପସନ୍ଦ କରନ୍ତି ଓ କେତେ ଜଣ ନିଜକୁ ବିଫଳ ବୋଲି ଭାବୁଛନ୍ତି ।