ଓଡିଶା

odisha

ଟେଲି ମେଡିସିନ ସେବା, 1.5 ଲକ୍ଷରୁ ଉର୍ଦ୍ଧ୍ବ ଅନଲାଇନ ପରାମର୍ଶ ପଞ୍ଜିକରଣ

By

Published : Aug 10, 2020, 4:05 PM IST

କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ଲୋକଙ୍କୁ ଓପିଡି ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଆରମ୍ଭ ହୋଇଛି ଟେଲି ମେଡିସିନ୍ ସେବା । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟେଲି ମେଡିସିନ୍ ସେବା 1.5 ଲକ୍ଷରୁ ଅଧିକ ଅନଲାଇନ୍ ପରାମର୍ଶ ପଞ୍ଜିକରଣ କରିଛି । ଅଧିକ ପଢନ୍ତୁ...

ଟେଲି ମେଡିସିନ୍ ସେବା, 1.5 ଲକ୍ଷରୁ ଉର୍ଦ୍ଧ୍ବ ଅନଲାଇନ୍ ପରାମର୍ଶ ପଞ୍ଜିକରଣ
ଟେଲି ମେଡିସିନ୍ ସେବା, 1.5 ଲକ୍ଷରୁ ଉର୍ଦ୍ଧ୍ବ ଅନଲାଇନ୍ ପରାମର୍ଶ ପଞ୍ଜିକରଣ

ନୂଆଦିଲ୍ଲୀ: କୋଭିଡ ମୁକାବିଲା ପରିପ୍ରେକ୍ଷୀରେ ଲୋକଙ୍କୁ ଓପିଡି ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଟେଲି ମେଡିସିନ୍ ସେବା 1.5 ଲକ୍ଷରୁ ଅଧିକ ଅନଲାଇନ୍ ପରାମର୍ଶ ପଞ୍ଜିକରଣ କରିଛି । ଗତ ନଭେମ୍ବର ଠାରୁ 23 ଟି ରାଜ୍ୟ, ଦେଶର 75% ଜନସଂଖ୍ୟାକୁ ନେଇ ସେବା ଆରମ୍ଭ କରିଥିବାବେଳେ ଅନ୍ୟମାନେ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ଇ-ସଞ୍ଜୀବନି ପ୍ଲାଟଫର୍ମ ଦୁଇ ପ୍ରକାରର ଟେଲି-ପରାମର୍ଶ-ଡାକ୍ତର-ଟୁ-ଡାକ୍ତର ଏବଂ ରୋଗୀ-ଟୁ-ଡାକ୍ତରକୁ ସକ୍ଷମ କରିଛି ।

ହର୍ଷବର୍ଦ୍ଧନ କହିଛନ୍ତି ଯେ, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର କାର୍ଯ୍ୟକ୍ରମ ଅଧୀନରେ ଇ-ସଞ୍ଜୀବନୀ କାର୍ଯ୍ୟକାରୀ ହେଉଛି । ଡିସେମ୍ବର 2022 ସୁଦ୍ଧା ହବ୍ ଏବଂ ସ୍ପୋକ ମଡେଲ୍ ବ୍ୟବହାର କରି ସମସ୍ତ 150,000 ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରକୁ ସଂଯୋଗ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ, 10 ଟି ରାଜ୍ୟରେ 3000 ରୁ ଅଧିକ HWC ମାଧ୍ୟମରେ ଜାତୀୟ ଇ-ପ୍ଲାଟଫର୍ମରେ ପରାମର୍ଶ ଦେବା ପାଇଁ 2,800 ଡାକ୍ତରଙ୍କ ସମେତ 12,000 ବୃତ୍ତିଗତ ସ୍ୱାସ୍ଥକର୍ମୀଙ୍କୁ ତାଲିମ ଦିଆଯାଇଛି ।

ପ୍ରତିଦିନ ପ୍ରାୟ 250 ଡାକ୍ତର ଏବଂ ବିଶେଷଜ୍ଞ ଲକଡାଉନ ସତ୍ତ୍ବେ ଇ-ହେଲ୍ଥ ସେବା ଯୋଗାଉଛନ୍ତି ବୋଲି ସେ କହିଛନ୍ତି । ତେବେ ଲଗ୍ ଇନ୍ କରିବା ପରେ ପ୍ରାୟ ପାଞ୍ଚ ମିନିଟ୍ ମଧ୍ୟରେ ଜଣେ ରୋଗୀ ଡାକ୍ତରଙ୍କୁ ଦେଖା କରିପାରିବ।

ABOUT THE AUTHOR

...view details