ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଗାଦିଚ୍ୟୁତ ହେବାର ମାସେ ନପୁରୁଣୁ ରାଜନୀତିରୁ ସନ୍ନ୍ୟାସ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ବାମୀ । ଶନିବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ଭୁଲ ବଶତଃ ରାଜନୀତିରେ ପ୍ରବେଶ କରିଥିଲି । ମୁଖ୍ୟମନ୍ତ୍ରୀ ମଧ୍ୟ ଭୁଲ ବଶତଃ ହୋଇଯାଇଥିଲି । ଭଗବାନ ମତେ 2 ଥର ମୁଖ୍ୟମନ୍ତ୍ର ହେବାର ସୁଯୋଗ ଦେଇଥିଲେ । 14 ମାସରେ ଯାହା କରିଛି ରାଜ୍ୟର ବିକାଶ ପାଇଁ କରିଛି । ମୁଁ ନିଜ କାମରେ ସନ୍ତୁଷ୍ଟ ।
ଆଜିକା ଦିନରେ ରାଜନୀତି କେଉଁ ଆଡେ ଗତି କରୁଛି, ତାହା ମୁଁ ଅନୁଧ୍ୟାନ କରୁଛି । ଏହା ଭଲ ଲୋକଙ୍କ ପାଇଁ ନୁହେଁ । ରାଜନୀତି ବର୍ତ୍ତମାନ ଜାତି ଧର୍ମ ଉପରେ ନିର୍ଭର କରୁଛି । ମୁଁ ପଦ ଛାଡି ଦେଇଛି । ଏବେ ମୋତେ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି କହିଛନ୍ତି କୁମାରସ୍ବାମୀ ।