ଓଡିଶା

odisha

ETV Bharat / bharat

DTC ବସରେ ମହିଳାଙ୍କ ମାଗଣା ଯାତ୍ରା ପ୍ରସଙ୍ଗ: ନିଷ୍ପତି ବିରୋଧରେ ହାଇକୋର୍ଟରେ ଯାଚିକା ଦାୟର

ଡିଟିସି ବସରେ ମହିଳାଙ୍କ ପାଇଁ ମାଗଣା ପାସ ଦେବାକୁ ବିରୋଧ କରି ହାଇକୋର୍ଟରେ ଯାଚିକା ଦାୟର ।

HCରେ ଯାଚିକା ଦାୟର

By

Published : Nov 8, 2019, 1:01 AM IST

ନୂଆଦିଲ୍ଲୀ: ଡିଟିସି ବସରେ ମହିଳାଙ୍କ ପାଇଁ ମାଗଣା ପାସ ଦେବାକୁ ବିରୋଧ କରି ହାଇକୋର୍ଟରେ ଯାଚିକା ଦାୟର । ଡିଟିସି ଓ କ୍ଲଷ୍ଟର ବସ ମାନଙ୍କରେ ମହିଳାଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୱାଲ ସରକାର ମାଗଣା ଯାତ୍ରା କରିବାର ବ୍ୟବସ୍ଥା କରିଛନ୍ତି । ଯାହାକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ନିବାସୀ ଅଜମା ଜୈଦି ନାମକ ବ୍ୟକ୍ତି ଯାଚିକା ଦାୟର କରିଛନ୍ତି ।

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆସନ୍ତା ଜାନୁଆରୀ 21ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ନିଷ୍ପତି ନିଆଯାଇଛି । ତେବେ ହାଇକୋର୍ଟରେ ଦାୟର ହୋଇଥିବା ଯାଚିକାରେ ମହିଳାଙ୍କ ମାଗଣା ଯାତ୍ରାକୁ ଅସମ୍ବିଧାନ ବୋଲି କୁହାଯାଇଛି । ଯାହାର ବିଚାର କରି ମୁଖ୍ୟ ବିଚାରପତି ଡିଏନ ପଟେଲଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଯେଉଁଠିରେ ଦାୟର କରିଥିବା ଅଜମା ଜୈଦିଙ୍କୁ ଏହା କିପରି ଅସମ୍ବିଧାନିକ କିମ୍ବା ଏଥିପାଇଁ ଦିଲ୍ଲୀ ସରକାରଙ୍କୁ କେନ୍ଦ୍ରର ଅନୁମତି ନେବାର ଆବଶ୍ୟକତା ନେଇ ପ୍ରଶ୍ନ କରାଯାଇଥିଲା ।

ଯାହାର ଉତ୍ତରରେ ସରକାରଙ୍କ ନିଷ୍ପତି ଭେଦଭାବପୂର୍ଣ୍ଣ କହିବା ସହ ମହିଳାଙ୍କ ପାଇଁ ମାଗଣା ବସ ସେବା କରଦାତାଙ୍କଠାରୁ ଆଦାୟ ସରକାରୀ ରାଜସ୍ବକୁ କ୍ଷତି ପହଞ୍ଚାଉଛି ବୋଲି ଅଜମା କହିଥିଲେ। ତେଣୁ ଏହାକୁ ନଜରରେ ରଖି କେଜରିୱାଲ ସରକାରଙ୍କ ଦ୍ବାରା ଗତ 28 ଅକ୍ଟୋବରରୁ ଜାରି କରାଯାଇଥିବା ଅଧିସୂଚନାକୁ ଭେଦଭାବପୂର୍ଣ୍ଣ କହିବା ସହ ଏହି ନିଷ୍ପତିକୁ ବଦଳାଇବାକୁ ଯାଚିକାରେ ଦାବି କରାଯାଇଛି ।

ABOUT THE AUTHOR

...view details