ଓଡିଶା

odisha

ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ - ୟୁପି ହାଥରସ ମାମଲା

ୟୁପି ହାଥରସ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ସିବିଆଇ ଦ୍ୱାରା ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ୟୁପି ହାଥରସ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ସିବିଆଇ ଦ୍ୱାରା ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।

ଫଆଇଆର ଦାୟର କରି ତଦନ୍ତ ଆରମ୍ଭ କଲା ସିବିଆଇ
ଫଆଇଆର ଦାୟର କରି ତଦନ୍ତ ଆରମ୍ଭ କଲା ସିବିଆଇ

By

Published : Oct 11, 2020, 3:12 PM IST

ଲକ୍ଷ୍ନୌ: ୟୁପି ହାଥରସ ମାମଲାରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପାଇଁ ସିବିଆଇ ଦ୍ୱାରା ଏକ ଟିମ୍ ମଧ୍ୟ ଗଠନ କରାଯାଇଛି। ସିବିଆଇ ଏଫଆଇଆରରେ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ସନ୍ଦୀପର ନାମ ନାମିତ କରାଯାଇଛି ।

ସିବିଆଇ ନିଜ ବିବୃତ୍ତିରେ କହିଛି ଯେ, ରବିବାର ଏହି ଅଭିଯୋଗ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୀଡିତାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବର 14 ରେ ଅଭିଯୁକ୍ତ ତାଙ୍କ ଭଉଣୀକୁ କ୍ଷେତରେ ଗଳା ଦବାଇ ମାରିବାକୁ ଚେଷ୍ଟା କରିଥିଲା। ତେବେ ୟୁପି ସରକାରଙ୍କ ଅନୁରୋଧ କ୍ରମେ ଏକ ମାମଲା ରୁଜୁ ହୋଇଛି।

ତେବେ ଗତ ସେପ୍ଟେମ୍ବର 30ରେ ପୀଡିତାଙ୍କ ମୃତଦେହକୁ ତାଙ୍କ ଘର ନିକଟରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ସ୍ଥାନୀୟ ପୋଲିସ ଜଲଦିରେ ଏହି ଅନ୍ତିମ ସଂସ୍କାର କରିଥିଲେ। ଏପଟେ ପରିବାରର ଇଚ୍ଛା ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ସ୍ଥାନୀୟ ପୋଲିସ ଦାବି କରିଛି।

ବର୍ତ୍ତମାନ ଏହି ଘଟଣାକୁ ନେଇ ୟୁପି ସରକାର ବିବାଦ ଘେରରେ ଫସିଛନ୍ତି । ବିରୋଧୀ ଦଳ ଯୋଗୀ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିବାକୁ କୌଣସି ମୌକା ଛାଡୁନାହାନ୍ତି । ଏହା ମଧ୍ୟରେ ଅକ୍ଟୋବର 3 ରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ତେବେ ହାଥରସ ଘଟଣାକୁ ନେଇ ଏସଆଇଟି ତଦନ୍ତ ଆଧାରରେ ଏସପିଙ୍କ ସମେତ ଅନେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଏପଟେ ସୋମବାର ଏହି ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ସବୁଠାରୁ ବଡ ଶୁଣାଣି ହେବ। ଏହି ମାମଲାରେ ଅବହେଳା ଅଭିଯୋଗ ଲାଗିଥିବା ପୋଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ କୋର୍ଟ ଡକାଯାଇଛି । ଏଥିସହ ପିଡିତାଙ୍କ ପରିବାରକୁ ସାକ୍ଷୀ ଦେବାକୁ ଲକ୍ଷ୍ନୌ ଡକାଯାଇଛି।

ABOUT THE AUTHOR

...view details