ଓଡିଶା

odisha

ETV Bharat / bharat

ହାଥରସ ଘଟଣା: ପ୍ରତ୍ୟକ୍ଷଦର୍ଶୀକୁ ନେଇ ଘଟଣାସ୍ଥଳରେ ପହଞ୍ଚିଲା CBI - cbi inquiry

ହାଥରସ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ଜାରି ରଖିଛି । ଆଜି(ମଙ୍ଗଳବାର) ସିବିଆଇ ଟିମ୍ ପୁଣି ଥରେ ଏହି ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଛି। ଅଧିକ ପଢନ୍ତୁ...

ହାଥରସ ଘଟଣା
ହାଥରସ ଘଟଣା

By

Published : Oct 20, 2020, 2:18 PM IST

ଲକ୍ଷ୍ନୌ: ହାଥରସ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ତଦନ୍ତ ଜାରି ରଖିଛି । ଆଜି(ମଙ୍ଗଳବାର) ସିବିଆଇ ଟିମ୍ ପୁଣି ଥରେ ଏହି ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଛି। ସିବିଆଇ ଟିମ୍ ସହିତ ପ୍ରତ୍ୟକ୍ଷଦର୍ଶୀ ବିକ୍ରମ ମଧ୍ୟ ଉପସ୍ଥିତ ଅଛି। ସିବିଆଇ ଟିମରେ ମହିଳା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାପୂର୍ବରୁ ସିବିଆଇ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା।

ଅଭିଯୁକ୍ତଙ୍କୁ ସିବିଆଇ ପଚରାଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଛି। ଏହାସହ ପୋଲିସର ଅବହେଳାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଜେଲରେ ଥିବା ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ 18 ବର୍ଷରୁ କମ୍ । ଅଭିଯୁକ୍ତଙ୍କ ମା ଙ୍କ କହିବାନୁସାରେ ତାଙ୍କ ପୁଅ ନାବାଳକ । ଏହାସହ ଜେଏନ୍ ମେଡିକାଲ୍ କଲେଜର ଡାକ୍ତରଙ୍କୁ ପଚରାଉଚରା କରାଯାଇଛି ।

ABOUT THE AUTHOR

...view details