ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ବୁଲଗାଡି ଗ୍ରାମରେ ଦୁଃଖଦ ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଶାନ୍ତି ବଜାୟ ରଖିବା ପାଇଁ ଗାଁକୁ ଏକ କ୍ୟାଣ୍ଟେନମେଣ୍ଟରେ ପରିଣତ କରାଯାଇଛି । ଗାଁରେ ପୋଲିସ ଜଗି ରହିଛି। ଏଥିସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିବା ପରେ ଅନ୍ୟ ଦଳର ନେତାମାନେ ମଧ୍ୟ ପହଞ୍ଚିଛନ୍ତି।
ହାଥରସ ଗଣଦୁଷ୍କର୍ମ: ପୀଡିତା ପରିବାରକୁ ଭେଟିବାକୁ ବିରୋଧୀଙ୍କ ସଂଘର୍ଷ, ପୋଲିସର ଲାଠିଚାର୍ଜ - ପୀଡିତା ପରିବାରକୁ ଭେଟିବାକୁ ବିରୋଧିଙ୍କ ସଂଘର୍ଷ
ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ବୁଲଗାଡି ଗ୍ରାମରେ ଦୁଃଖଦ ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିବା ପରେ ଅନ୍ୟ ଦଳର ନେତାମାନେ ମଧ୍ୟ ପହଞ୍ଚିଛନ୍ତି।
କଂଗ୍ରେସ ପରେ ରବିବାର ସମାଜବାଦୀ ପାର୍ଟି(ଏସପି)ର ଏକ ପ୍ରତିନିଧି ଦଳ ହାଥରସ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ଏସପି ନେତା ଧର୍ମେନ୍ଦ୍ର ଯାଦବ, ଅକ୍ଷୟ ଯାଦବ, ଏସପି ବିଧାୟକ ସଞ୍ଜୟ ଲଠାର, ଜୟଭୀର ପୀଡିତାଙ୍କ ପରିବାରକୁ ଭେଟିଥିଲେ। ଏହି ସମୟରେ ଏସପି କର୍ମୀମାନେ ୟୁପି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏସପି କର୍ମଚାରୀଙ୍କୁ ହଟାଇବା ପାଇଁ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଛି ।
ଅନ୍ୟପକ୍ଷେ ଭୀମ ଆର୍ମୀର ମୁଖ୍ୟ ଚନ୍ଦ୍ରଶେଖରଙ୍କ ଗାଡିକୁ ଅଟକାଇଦିଆଯାଇଛି । ଆଲିଗଡରୁ ହାଥରସ ଯାଉଥିବା ବେଳେ 20 କିଲୋମିଟର ପୂର୍ବରୁ ଅଟକାଇ ଦିଆଯାଇଛି। ପରେ ସେ ଚାଲି ଚାଲି ହାଥରସ ଅଭିମୁଖେ ବାହାରିଛନ୍ତି । ଏହାସହ ପୋଲିସ ଏବଂ ଆରଏଲଡି କର୍ମୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି। ପୋଲିସର କହିବାନୁସାରେ, 5 ଜଣଙ୍କୁ ଅନୁମତି ଦିଆଯାଇଥିଲା କିନ୍ତୁ ବହୁ ସଂଖ୍ୟକ କର୍ମଚାରୀ ଚାଲି ଚାଲି ଯାଉଥିଲେ। ପୋଲିସ ଅଭିଯୋଗ କରିଛି ଯେ ସେଠାରେ ଉପସ୍ଥିତ ଥିବା ଆରଏଲଡି କର୍ମୀ ପଥର ଫିଙ୍ଗିଥିଲେ ଏବଂ ମହିଳା କନଷ୍ଟେବଳଙ୍କ ସହ ଅସଦାଚରଣ ମଧ୍ୟ କରିଥିଲେ।