ଲକ୍ଷ୍ନୌ: ହାଥରସ ପୀଡିତା ଆହତ ଅବସ୍ଥାରେ ଥିବାବେଳେ ଏକ ଭିଡିଓ କରି ଯୌନ ନିର୍ଯାତନାର ଶିକାର ହୋଇଥିବା କହିଥିଲେ । ଏହାର 8 ଦିନ ପରେ ଅଲିଗଡର ହସ୍ପିଟାଲ ପକ୍ଷରୁ ପୀଡିତାଙ୍କ ମେଡିକୋ-ଲିଗାଲ୍ ଯାଞ୍ଚର ଶରୀରର ବ୍ୟକ୍ତିଗତ ଭାଗରେ ଯୌନ ନିର୍ଯାତନା ଦେବା ସହ ଗଳା ଚିପିବା ଓ ପାଟି ବାନ୍ଧିବା ବିଷୟରେ ଉଲ୍ଲେଖ କରାଯାଇଥିଲା।
କିନ୍ତୁ ସମାନ ଅଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମୟୁ)ର ଜବାହରଲାଲ ନେହେରୁ ମେଡିକାଲ କଲେଜ (ଜେଏନଏମସି) ଏହାର ଚୂଡାନ୍ତ ମତରେ ଫରେନସିକ୍ ବିଶ୍ଳେଷଣକୁ ଦର୍ଶାଇ ଇଣ୍ଟରକୋର୍ସ ସମ୍ଭାବନାକୁ ଏଡାଇ ଦେଇଛି। ସେପ୍ଟେମ୍ବର 22 ର ମେଡିକୋ ଲିଗାଲ୍ କେସ୍ (MLC) ରିପୋର୍ଟ ୟୁପି ପୋଲିସର ସେହି ଦାବିକୁ ଖଣ୍ଡନ କରିଛି । ଫରେନସିକ୍ ଅନୁସନ୍ଧାନରେ ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ । ଉତ୍ତରପ୍ରଦେଶର ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ ପୀଡିତାଙ୍କ ନମୁନାରେ କୈଣସି ଶୁକ୍ରାଣୁ ବା ବୀଜାଣୁ ମିଳିନଥିଲା।