ଓଡିଶା

odisha

By

Published : Oct 7, 2020, 5:16 PM IST

ETV Bharat / bharat

ହାଥରସ ଘଟଣା: 14 ଦିନିଆ ନ୍ୟାୟିକ ହେପାଜତରେ ଗଲେ 4 ଗିରଫ PFI ସଦସ୍ୟ

ହାଥରସ ଘଟଣାକୁ ଆଧାର କରି ହିଂସା ସୃଷ୍ଟି ପ୍ରୟାସ ଘଟଣା । ଷଡଯନ୍ତ୍ର ଲିଙ୍କରେ ଗିରଫ 4 ପିଏଫଆଇ ସଦସ୍ୟଙ୍କୁ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଯାଇଛି । ଅଧିକ ପଢନ୍ତୁ...

ହାଥରସ ଘଟଣା: ୟୁପିରେ ହିଂସା ସୃଷ୍ଟି କରିବାକୁ ମୋରିସସରୁ ଫଣ୍ଡିଂ ହୋଇଥିଲା 50 କୋଟି!
ହାଥରସ ଘଟଣା: ୟୁପିରେ ହିଂସା ସୃଷ୍ଟି କରିବାକୁ ମୋରିସସରୁ ଫଣ୍ଡିଂ ହୋଇଥିଲା 50 କୋଟି!

ଲକ୍ଷ୍ନୌ: ହାଥରସ ଘଟଣାକୁ ଆଧାର କରି ହିଂସା ସୃଷ୍ଟି କରିବାକୁ ଷଡଯନ୍ତ୍ର ଲିଙ୍କରେ ଗିରଫ 4 ପିଏଫଆଇ ସଦସ୍ୟଙ୍କୁ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଯାଇଛି । 4 ଜଣ ଅଭିଯୁକ୍ତଙ୍କର ତଥା କଥିତ କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ଓ ଏକ ସହଯୋଗୀ ସଙ୍ଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ପୋଲିସ ଗିରଫ କରିଥିଲା । ସମସ୍ତେ ମଥୁରାର ମଠ ଟୋଲ ପ୍ଲାଜା ନିକଟରେ ଗାଡି ଚେକିଂ ସମୟରେ ଧରା ପଡିଥିଲେ ।

ଅଭିଯୁକ୍ତମାନେ ଦିଲ୍ଲୀରୁ ହାଥରସ ଅଭିମୁଖେ ଯାଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ସମସ୍ତ 4 ସନ୍ଦିଗ୍ଧ ଗୋଟିଏ କାରରେ ଥିବା ବେଳେ ସେମାନେ ମୁଜାଫରନଗରର ଆତିକ-ଉର ରେହମାନ, ମଲପ୍ପୁରମର ସିଦ୍ଦିକି, ବାହାରୈଚର ମସୁଦ ଅହମ୍ମଦ ଓ ରାମପୁରର ଆଲମ ବୋଲି ନିଜର ପରିଚୟ ଦେଇଥିଲେ ।

ହାଥରସ ଘଟଣାକୁ ନେଇ ସରକାରଙ୍କ ଉପରେ ଆକ୍ରାମକ ହୋଇପଡିଛନ୍ତି ବିରୋଧୀ । ତେହେ ଘଟଣାକୁ ଆଧାର କରି ରାଜ୍ୟରେ ଜାତିଆଣ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି ଯୋଗୀ ସରକାର । ଏପରିସ୍ଥିତିରେ ଘଟଣାରେ ଗିରଫ ପିଏଫଆଇର 4 ସଦସ୍ୟଙ୍କ ବ୍ୟାଙ୍କ ଖାତାର ଯାଞ୍ଚ ଆରମ୍ଭ ହୋଇଯାଇଛି । ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ଉତ୍ତରପ୍ରଦେଶ ପୋଲିସ ।

ABOUT THE AUTHOR

...view details