ଅହମ୍ମଦାବାଦ: ଗୋଟେ ପଟେ ନାଗରିକତାକୁ ନେଇ ଲଢେଇ ଚାଲିଥିବାବେଳେ ଗୁଜୁରାଟରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନରୁ ଆସିଥିବା ଏକ ମହିଳାଙ୍କୁ ଭାରତୀୟ ନାଗରିକ ସମ୍ମାନ ଦିଆଯାଇଛି । ପାକିସ୍ତାନରୁ ଆସିଥିବା ହସିନା ବେନ୍ ଦୁଇ ବର୍ଷ ପୂର୍ବରୁ ନାଗରିକତା ପାଇଁ ଆବେଦନ କରିଥିଲେ । ଏହାପରେ ତାଙ୍କୁ ଭାରତୀୟ ନାଗରିକ ଭାବେ ସମ୍ମାନ ଦିଆଯାଇଛି ।
ପାକିସ୍ତାନରୁ ଆସିଥିବା ହସିନା ବେନଙ୍କୁ ମିଳିଲା ଭାରତୀୟ ନାଗରିକତା
ପାକିସ୍ତାନରୁ ଆସିଥିବା ଏକ ମହିଳାଙ୍କୁ ଭାରତୀୟ ନାଗରିକତା ମିଳିଛି । ପାକିସ୍ତାନରୁ ଆସିଥିବା ହସିନା ବେନ୍ ଦୁଇ ବର୍ଷ ପୂର୍ବରୁ ନାଗରିକତା ପାଇଁ ଆବେଦନ କରିଥିଲେ ।
ହସିନା ବେନଙ୍କୁ ମିଳିଲା ଭାରତୀୟ ନାଗରିକତା
ହସିନା ବେନ୍ ପ୍ରଥମେ ଭାରତରେ ହିଁ ଥିଲେ ମାତ୍ର 1999ରେ ବିବାହ କରି ପାକିସ୍ତାନ ଚାଲିଯାଇଥିଲେ । ପାକିସ୍ତାନରେ ରହିବା ବେଳେ ତାଙ୍କ ପତିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ଭାରତ ଫେରି ଆସିଥିଲେ । ଗୁଜୁରାଟର ଦ୍ବାରକାରେ ଗୁଜୁରାଟର ଜିଲ୍ଲାପାଳ ନାଗରିକତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ନରେନ୍ଦ୍ର କୁମାର ମୀଣାଙ୍କ ତରଫରୁ ନାଗରିକତା ପ୍ରମାଣପତ୍ର ଦେଇଥିଲେ ।