ଓଡିଶା

odisha

ETV Bharat / bharat

ହରିୟାଣା ସରକାରଙ୍କ କଡା ନିୟମ, ମାସ୍କ ନପିନ୍ଧିଲେ ଗଣିବେ 500 ଜୋରିମାନା - ହରିୟାଣା ସରକାର

କୋରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମାସ୍କ ପିନ୍ଧିବାକୁ ନେଇ କଡା ପଦକ୍ଷେପ ନେଇଛନ୍ତି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ମାସ୍କ ନ ପିନ୍ଧିଲେ ଏବଂ ରାଜ୍ୟର ସର୍ବସାଧାରଣ ସ୍ଥାନରେ ଛେପ ପକାଇବା 500 ଟଙ୍କା ଜୋରିମାନା ଆଦାୟ କରାଯିବ ।

corona
ହରିୟାଣା ସରକାରଙ୍କ କଡା ନିୟମ

By

Published : May 28, 2020, 12:14 PM IST

ଚଣ୍ଡିଗଡ : କୋରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମାସ୍କ ପିନ୍ଧିବାକୁ ନେଇ କଡା ପଦକ୍ଷେପ ନେଇଛନ୍ତି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ମାସ୍କ ନ ପିନ୍ଧିଲେ ଏବଂ ରାଜ୍ୟର ସର୍ବସାଧାରଣ ସ୍ଥାନରେ ଛେପ ପକାଇବା 500 ଟଙ୍କା ଜୋରିମାନା ଆଦାୟ କରାଯିବ ।

ଗ୍ରାମୀଣ ବ୍ଲକ ବିକାଶ, ପଞ୍ଚାୟତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ସଚିବ, ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥାର ଅନ୍ୟାନ୍ୟ ପ୍ରାଧିକୃତ ଅଧିକାରୀ ଉଲ୍ଲଂଘନକାରୀଙ୍କୁ ଦଣ୍ଡ ଦେବାର ଅଧିକାର ପାଇବେ। ବିଜ କହିଛନ୍ତି ଯେ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପୋଲିସ ଷ୍ଟେସନ ଦାୟିତ୍ବ ଏବଂ ସିଭିଲ ସର୍ଜନ ଦ୍ବାରା ମେଡିକାଲ, ସମ୍ପ୍ରଦାୟ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାଧିକୃତ ଚିକିତ୍ସା ଅଧିକାରୀଙ୍କୁ ଜୋରିମାନା ଆଦାୟ କରିବାର ଅଧିକାର ରହିବ।

ଏଥିରେ କୁହାଯାଇଛି ଯେ, ଡେପୁଟି କମିଶନର ଏବଂ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଅନୁମୋଦିତ ଅଧିକାରୀଙ୍କୁ ମଧ୍ୟ ଜୋରିମାନା ଆଦାୟ କରିବାର କ୍ଷମତା ଦିଆଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ମହାମାରୀକୁ ଦୃଷ୍ଟିରେ ରଖି ଘର ବାହାରେ, ସର୍ବସାଧାରଣ ସ୍ଥାନ ତଥା କର୍ମକ୍ଷେତ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ନେଇ ପୂର୍ବରୁ କୁହାଯାଇଥିଲା।

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦ୍ବାରା 500 ଟଙ୍କା ଜୋରିମାନା ଲାଗିବ । ଜୋରିମାନା ନଦେଲେ ଆଇପିସି ଧାରା 1888 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଧିସୂଚନା ରାଜ୍ୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁରଜଭାନ କାମ୍ବୋଜଙ୍କ ଦ୍ବାରା ଜାରି କରାଯାଇଛି ।

ABOUT THE AUTHOR

...view details