ଓଡିଶା

odisha

ETV Bharat / bharat

'ଆଜିଠୁ ଝାଡଖଣ୍ଡରେ ନୂଆ ଅଧ୍ୟାୟ ଆରମ୍ଭ'

ଆଜିଠାରୁ ଝାଡଖଣ୍ଡରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ଯେଉଁ ଆଶାରେ ଲୋକମାନେ ଆମକୁ ଭୋଟ ଦେଇଛନ୍ତି, ସେମାନଙ୍କର ଆଶା ପୂରଣ ହେବ ବୋଲି ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ କହିଛନ୍ତି ।

By

Published : Dec 23, 2019, 6:52 PM IST

hemant-sorens press meet
ଫଟୋ ସୌଜନ୍ୟ: ଏଏନଆଇ

ରାଞ୍ଚି: ଜେଏମଏମ(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ନେତୃତ୍ବାଧୀନ ମେଣ୍ଟ ଝାଡଖଣ୍ଡରେ ବିଜୟୀ ମୁହାଁ ହେଉଛି । ଏନେଇ ଖୁସି ପ୍ରକାଶ କରିଛନ୍ତି ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ । ଆଜିଠାରୁ ଝାଡଖଣ୍ଡରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ଯେଉଁ ଆଶାରେ ଲୋକମାନେ ଆମକୁ ଭୋଟ ଦେଇଛନ୍ତି, ସେମାନଙ୍କର ଆଶା ପୂରଣ ହେବ । ସମସ୍ତଙ୍କ ଆଶାକୁ ଧ୍ୟାନରେ ରଖାଯିବ ବୋଲି ଝାଡଖଣ୍ଡବାସୀଙ୍କୁ ଆଶ୍ବାସନା ଦେଇଛନ୍ତି ହେମନ୍ତ ସୋରେନ ।

ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ପ୍ରାୟ 40 ଦିନର ନିର୍ବାଚନ ଯାତ୍ରା ଆଜି ଶେଷ ହେବ । ପୁରା ରାଜ୍ୟରେ ଆଜି ମତଗଣନା ଜାରି ରହିଛି । କିଛି ଜିନିଷ ସ୍ପଷ୍ଟ ହୋଇ ସାରିଥିବା ବେଳେ ଆଉ କେତେକ ସ୍ପଷ୍ଟ ହେବା ବାକି ରହିଛି ବୋଲି ସେ କହିଛନ୍ତି । ଏହା ସହିତ ଜନାଦେଶ ପାଇଁ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏଥିପାଇଁ ସେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ଭୋଟ ଗଣତି ବେଳେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରୁଥିବା ବିଜେପି ଏକ ପ୍ରକାର ପରାଜୟ ସ୍ବୀକାର କରିଛି । ବିଜେପି ନେତା ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, 'ବିଜେପି ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବ । ଯଦି ବିଜେପି ହାରିବ ତାହେଲେ ନିଶ୍ଚିତ ରୂପରେ ତାହା ମୋର ପରାଜୟ ହେବ ।'

ABOUT THE AUTHOR

...view details