କୁରୁକ୍ଷେତ୍ର: ହରିୟାଣା କୁରୁକ୍ଷେତ୍ର ଠାରେ କିଛି ଯୁବକ ଯୁବତୀ ମିଶି ସାରା ଦେଶକୁ ଏକ ସୁନ୍ଦର ବାର୍ତ୍ତା । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ 87 ହଜାର 197ଟି ବ୍ୟବହାର ହୋଇଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ବିଶାଳକାୟ କଇଁଛ ତିଆରି କରିଛନ୍ତି । ଏହି କଇଁଛର ଉଚ୍ଚତା 6.6 ଫୁଟ ହୋଇଥିବା ବେଳେ ଏହାର ଲମ୍ବ 23 ଫୁଟ ରହିଛି। କୁରୁକ୍ଷେତ୍ରର ରିତୁ ନାମକ ଜଣେ ଛାତ୍ରୀ NICର ଅନ୍ୟ 100 ଜଣ ଛାତ୍ରଙ୍କ ସହ ମିଶି ଏହି କଇଁଛକୁ ତିଆରି କରିଛନ୍ତି । ବର୍ତ୍ତମାନ ସେ ମଣିଷ ସ୍ବାସ୍ଥ୍ୟ ଉପରେ ଜଳବାୟୁର ପରିବର୍ତ୍ତନ, ପରିବେଶ ଓ କୀଟନାଶକର ପ୍ରଭାବ ନେଇ ଏକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ।
ରିତୁଙ୍କ ବାପା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରିଥିଲେ । ଯାହାପରେ ରିତୁ କର୍କଟର ସବୁଠାରୁ ବଡ କାରଣ ମଧ୍ୟରୁ ଗୋଟିଏ ପ୍ଲାଷ୍ଟିକକୁ ନଷ୍ଟ କରିବା ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସଂକଳ୍ପ କରିଥିଲେ । ତେବେ ପ୍ଲାଷ୍ଟିକରେ ତିଆରି ଏହି କଇଁଛ ପ୍ଲାଷ୍ଟିକର ସର୍ବବୃହତ ପ୍ରତିକୃତି ବୋଲି କହିଛି ଏହାକୁ ତିଆରି କରିଥିବା ଟିମ । ଏହାସହ ଏହି ପ୍ଲାଷ୍ଟିକ କଇଁଛକୁ ବିଶ୍ବ ରେକର୍ଡରେ ମଧ୍ୟ ସ୍ଥାନ ଦେବାକୁ ଆବେଦନ କରାଯାଇଛି ।