ଓଡିଶା

odisha

ETV Bharat / bharat

ହାର୍ଦ୍ଦିକଙ୍କୁ ହାଇକୋର୍ଟରୁ ବଡ ଝଟକା, ଲଢିବେନି ଲୋକସଭା ନିର୍ବାଚନ

ଆସନ୍ତା ଲୋକସଭା ନିର୍ବାଚନ ଲଢିବେନି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ବିଜେପି ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ହାର୍ଦ୍ଦିକଙ୍କ ଦଣ୍ଡରେ ରୋକ ଲଗାଇବାକୁ ମନା କରିଛନ୍ତି ଗୁଜୁରାଟ ହାଇକୋର୍ଟ ।

By

Published : Mar 29, 2019, 7:25 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଲାଗିଛି ବଡ ଝଟକା । ଆଗାମୀ ଲୋକସଭା ନିର୍ବାଚନ ଲଢି ପାରିବେନି ସେ । ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କ ଦଣ୍ଡ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ଗୁଜୁରାଟ ହାଇକୋର୍ଟ । ମେହସାନାର ବିସନଗରରେ ହିଂସାକାଣ୍ଡ ଘଟାଇବା ମାମଲାରେ କୋର୍ଟ ତାଙ୍କୁ ୨ ବର୍ଷକାରାଦଣ୍ଡ ଶୁଣାଇଥିଲେ । ପରେ କୋର୍ଟ ତାଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଥିଲେ ।

ପରେ ହାର୍ଦ୍ଦିକ ନିଜ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ । ଯାହା ଉପରେ କୋର୍ଟ ଶୁଣାଣି କରି ଦଣ୍ଡ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି । ବିଗତ ଦିନରେ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ । ସେ ଗୁଜୁରାଟର ଜାମନଗରୁ ଲୋକସଭା ନିର୍ବାଚନ ଲଢିବାର ଖବର ଆସିଥିଲା ।

ଏହାର ପ୍ରତିକ୍ରିୟାରେ ହାର୍ଦ୍ଦିକ ଟ୍ବିଟ କରି କହିଛନ୍ତି ଯେ, ବିଜେପି ସମ୍ବିଧାନବିରୋଧରେ କାମ କରୁଛି । ମୋତେ କଣ ପାଇଁ ନିର୍ବାଚନ ଲଢିବାରେ ରୋକା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କୁ ବିଜେପି ବିଧାୟକ ଋଷିକେଷ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ମାମଲାରେ ବିସନଗର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାସହ ତାଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ । ଜନପ୍ରତିନିଧି ଆଇନ ୧୯୫୧ ଅନୁସାରେ ଦାଗୀ ନେତାଙ୍କ ନିର୍ବାଚନ ଲଢିବା ଉପରେ ରୋକ ଲଗାଯାଇଛି । ଦଣ୍ଡ ପାଇଥିବା ନେତାମାନେ ୬ ବର୍ଷ ଯାଏ ନିର୍ବାଚନ ଲଢି ପାରିବେନି ।

ABOUT THE AUTHOR

...view details