ଓଡିଶା

odisha

By

Published : Aug 5, 2020, 7:17 AM IST

ETV Bharat / bharat

କୋରୋନା ଲଢେଇରେ ’ଦିଲ୍ଲୀ ମଡେଲ’ ବିଶ୍ବ ଦରବାରରେ ପରିଚିତ

ସାଉଥ କୋରିଆ ରାଷ୍ଟ୍ରଦୂତ ଦିଲ୍ଲୀ ମଡେଲକୁ ପ୍ରଶଂସା କରି କହିିଥିଲେ, କୋରୋନା ବିରୁଦ୍ଧରେ ’ଦିଲ୍ଲୀ ମଡେଲ’ ପ୍ରଭାବ ପକାଇଛି । ଅଧିକ ପଢନ୍ତୁ...

କୋରୋନା ବିପକ୍ଷରେ ’ଦିଲ୍ଲୀ ମଡେଲ’ ବିଶ୍ବ ଦରବାରରେ ପରିଚିତ
କୋରୋନା ବିପକ୍ଷରେ ’ଦିଲ୍ଲୀ ମଡେଲ’ ବିଶ୍ବ ଦରବାରରେ ପରିଚିତ

ନୂଆଦିଲ୍ଲୀ: ସାଉଥ କୋରିଆ ରାଷ୍ଟ୍ରଦୂତଙ୍କ ପ୍ରଶଂସା ପରେ ଟ୍ବିଟ କରି ଖୁସି ଜାହିର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋରୋନା ବିପକ୍ଷରେ ‘ଦିଲ୍ଲୀ ମଡେଲ’ ବିଶ୍ବ ଦରବାରରେ ପରିଚିତ ହୋଇପାରିଛି । ବର୍ତ୍ତମାନ ସମୟରେ କୋଭିଡକୁ ପରାସ୍ତ କରିବାକୁ ହେଲେ ସବୁ ଦେଶକୁ ଏକଜୁଟ ହେବାକୁ ପଡିବ ବୋଲି କେଜ୍ରିୱାଲ କହିଛନ୍ତି ।

ଏଥିସହ କେଜ୍ରିୱାଲ ସାଉଥ କୋରିଆ ରାଷ୍ଟ୍ରଦୂତ ଏଚ.ଇ. ସିନ ବୋଙ୍ଗ-କିଲଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କିଲ ଦିଲ୍ଲୀବାସୀଙ୍କ ପାଇଁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି । ମହାମାରୀ କୋରୋନା ବିପକ୍ଷରେ ‘ଦିଲ୍ଲୀ ମଡେଲ’କୁ ମଧ୍ୟ ପ୍ରଶଂସା କରିଥିଲେ । ସାଉଥ କୋରିଆର ରାଷ୍ଟ୍ରଦୂତ କିଲ ଭାରତ ଉଦ୍ଦେଶ୍ୟରେ କହିଥିଲେ, ‘ଦିଲ୍ଲୀ ମଡେଲ’ତାଙ୍କୁ ବେଶ ପ୍ରଭାବିତ କରିପାରିଛି । କୋଭିଡ ଲଢେଇରେ କୋରିଆରେ 3ଟିକୁ ଗୁରୁତ୍ବ ଦିଆଯାଉଛି । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟ କିନ୍ତୁ ଦିଲ୍ଲୀରେ ଟେଷ୍ଟ ଏବଂ ହୋମ କ୍ବାରେଣ୍ଟାଇନ । ଏହି ପଦକ୍ଷେପ ଦିଲ୍ଲୀରେ ବେଶ ପ୍ରଭାବ ପକାଇପାରିଛି । ଏଥିପାଇଁ ସେ ଦିଲ୍ଲୀ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେଜ୍ରିୱାଲ ଆଉ ଟ୍ବିଟ କରି କହିଛନ୍ତି, ମଙ୍ଗଳବାର ସୁଦ୍ଧା ଦିଲ୍ଲୀରେ ସକ୍ରିୟ ମାମଲା 10, 000ରୁ କମ ରହିଛି । ସକ୍ରିୟ ମାମଲା ମଧ୍ୟରେ ଦେଶରେ ଦିଲ୍ଲୀର ସ୍ଥାନ 14ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ମାମଲାରେ 12ନଂ ରେ ରହିଛି ଦିଲ୍ଲୀ । ’ଦିଲ୍ଲୀ ମଡେଲ’ ସଠିକ ଭାବେ ପାଳନ କରିବାରୁ ଦିଲ୍ଲୀବାସୀଙ୍କ ଉପରେ ଗର୍ବିତ । ସାନ୍ତ୍ବନା ପରିବର୍ତ୍ତେ ଆମକୁ ଆହୁରି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ସିଏମ କହିଛନ୍ତି ।

ABOUT THE AUTHOR

...view details