ଓଡିଶା

odisha

ETV Bharat / bharat

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ବିରୋଧରେ ଚାଲିବ ଟେରର ଫଣ୍ଡିଂ ମାମଲା - terror finacing charges on december

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟଦ ବିରୋଧିରେ ଚାଲିବ ମାମଲା । ଟେରର ଫଣ୍ଡିଂ ମାମଲାରେ ଲାହୋର ସ୍ଥିତ ଆଣ୍ଟି ଟେରୋରିଜିମ କୋର୍ଟରେ ମାମଲା ଚାଲିବ ନେଇ ସୂଚନା ଦିଆଯାଇଛି ।

hafiz saeed
କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ବିରୋଧରେ ଚାଲିବ ଟେରର ଫଣ୍ଡିଂ ମାମଲା

By

Published : Dec 1, 2019, 9:00 AM IST

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟଦ ଓ ପାକିସ୍ତାନର କିଛି ନେତାଙ୍କ ବିରୋଧରେ କୋର୍ଟରେ ଚାଲିବ ମାମଲା । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ଲାହୋରସ୍ଥିତ ଆଣ୍ଟି ଟେରୋରିଜିମ୍ କୋର୍ଟ । ଟେରର୍ ଫଣ୍ଡିଂ ମାମଲାରେ ହାଫିଜ ସୟଦ ଉପରେ ଚାଲିବ ମାମଲା ।

ଗତ ଜୁଲାଇ ଜମାତ-ଉଦ-ଦାବାର ମୁଖ୍ୟ ହାଫିଜ୍ ସୟଦ ଓ କେତେକ ପାକିସ୍ତାନ ନେତାଙ୍କ ବିରୋଧରେ କୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା । ଆସନ୍ତା 7ତାରିଖରୁ ଏହି ମାମଲାରେ ଶୁଣାଣି ଆରମ୍ଭ ହେବ । ଏଟିସି ଜର୍ଜ ନେଇ ନିଷ୍ପତ୍ତି ନେଇଛନ୍ତି । ସାକ୍ଷ୍ୟ ଓ ପ୍ରମାଣ ଭିତ୍ତିରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

ପ୍ରକାଶ ଯେ, ପଞ୍ଜାବ ପୋଲିସର କାଉଣ୍ଟର ଟୋରେରିଜିମ ଡିପାର୍ଟମେଣ୍ଟ ପକ୍ଷରୁ ହାଫିଜ ବିରୋଧରେ ପଞ୍ଜାବର ବିଭିନ୍ନ ଥାନାରେ 23ଟି ମାମଲା ରହିଛି ।

ABOUT THE AUTHOR

...view details