ଗାନ୍ଧିନଗର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ଆସେ । ଆଉ ପରିଶ୍ରମ ବଳରେ ଅସାଧ୍ୟ ବି ସାଧନ ହୋଇଥାଏ । ଏହି ଉକ୍ତିକୁ ସତ ପ୍ରମାଣିତ କରିବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ଗୁଜୁରାଟର ବୀରଜସିଂ ଜାଡେଜା ଏବଂ ତାଙ୍କ ବନ୍ଧୁ।
ଗୁଜୁରାଟର ସ୍ବତନ୍ତ୍ର ରେସ୍ତୋରାଁ ଅହମଦାବାଦ ସହରର ବୋଡାକଦେବ ଅଞ୍ଚଳରେ ‘ଇକୋଜ’ନାମରେ ରହିଛି ଏକ ସ୍ବତନ୍ତ୍ର ରେସ୍ତୋରାଁ । ଯେଉଁଠି କାମ କରନ୍ତି ଦିବ୍ୟାଙ୍ଗ। ପ୍ରଥମ ଥର ପାଇଁ ଗୁଜୁରାଟର ଅହମଦାବାଦରେ ଏହା ଆରମ୍ଭ କରାଯାଇଛି । ପୂର୍ବରୁ ଦିଲ୍ଲୀ, ବାଙ୍ଗାଲୋର ଏବଂ କୋଲକାତାରେ ରହିଛି ଏଭଳି ରେସ୍ତୋରାଁ ।
ଏଭଳି ରେସ୍ତୋରାଁ କରିବା ପଛରେ ମୁଖ୍ୟ ଲକ୍ଷ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ।ମୁକବଧିର ବେକାରୀ ଯୁବଗୋଷ୍ଠୀଙ୍କୁ ରୋଜଗାରକ୍ଷମ କରାଇଛନ୍ତି । ରେସ୍ତୋରାଁରେ କାମ କରି ଭଲ ଦି ପଇସା ରୋଜଗାର କରୁଛନ୍ତି ଏମାନେ। ସାଧାରଣ ମଣିଷ ଭଳି ଏମାନଙ୍କର ସମାଜରେ ସମାଜରେ ସମାନ ଅଧିକାର ଥିବା କହିଛନ୍ତି ବୀରଜସିଂ ।
ଏଠାରେ ଉଭୟ ଦେଶୀ ବିଦେଶୀ ଉଭୟ ଖାଦ୍ୟର ମଜା ନେଇ ପାରିବେ ଗ୍ରାହକ । ତନ୍ଦୁରୀ ମୋମୋ, ସୋୟା ଚପ, ଗୁଲାଟୀ ଡିନର ଟ୍ରେ, ରନର ଅପ ବର୍ଗର ଏବଂ ବନତା ବାହାର ଭଳି ଆଇଟମ ଖାଇପାରିବେ । ଏହାପରେ ଗୁଜୁରାଟର ସୁରଟରେ ଆହୁରି 5ଟି ଆଉଟଲେଟ ଖୋଲିବାର ଇଚ୍ଛା କରିଛନ୍ତି ଦୁଇ ମାଲିକ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ