ଓଡିଶା

odisha

By

Published : Mar 4, 2019, 10:25 AM IST

ETV Bharat / bharat

ଶହୀଦଙ୍କ ପାଇଁ ମାଗଣା ଗାଇଲେ, ଯାହା ପାଇଲେ ପରିବାରକୁ ଦେଲେ

ଗୁଜୁରାଟର ଭାରୁଚ ଠାରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ଏକ ଚ୍ୟାରିଟି ଇଭେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ ଲୋକପ୍ରିୟ ମେଲୋଡି ଗାୟକ ସାମିଲ ହୋଇଥିଲେ। ଏହି ଇଭେଣ୍ଟରେ ଗୀତ ଗାଇବା ପାଇଁ ଗାୟକ ଜଣକ କୌଣସି ଟଙ୍କା ନେଇନଥିଲେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ଗାନ୍ଧୀନଗର: ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କୁ ଗୁଜୁରାଟର ଜଣେ ଗାୟକ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଠାରେ ଆୟୋଜିତ ଏକ ସଂଗୀତ ସଭାରେ ସେ ଶହୀଦଙ୍କ ଉଦ୍ଦେଶ୍ୟରେ ଗୀତ ଗାଇଥିଲେ । ଆଉ ଏଥିରୁ ଉପାର୍ଜିତ ସମସ୍ତ ଟଙ୍କା ସେ ଶହୀଦଙ୍କ ପରିବାରକୁ ଦେଇଥିଲେ । ତେବେ ଏହି ଗୀତ ଗାଇବା ପାଇଁ ସେ ନିଜେ ଟଙ୍କାଟିଏ ମଧ୍ୟ ନେଇନଥିଲେ।

ଗୁଜୁରାଟର ଭାରୁଚ ଠାରେ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ଏକ ଚ୍ୟାରିଟି ଇଭେଣ୍ଟ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଶହୀଦ ଯବାନଙ୍କ ପରିବାର ପାଇଁ ପାଣ୍ଠି ସଂଗ୍ରହ। ଏଥିରେ ସ୍ଥାନୀୟ ଲୋକପ୍ରିୟ ମେଲୋଡି ଗାୟକ ସାମିଲ ହୋଇଥିଲେ । ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେ ଅନେକ ଗୀତ ଗାଇଥିଲେ। ଉତ୍ସବରେ ଶହ ଶହ ଲୋକ ଯୋଗ ଦେଇଥିଲେ।

ତେବେ ଏହି ଇଭେଣ୍ଟରେ ଗୀତ ଗାଇବା ପାଇଁ ଗାୟକ ଜଣକ କୌଣସି ଟଙ୍କା ନେଇନଥିଲେ। ସେ କହିଥିଲେ ଯେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ଯବାନଙ୍କ ଆଗରେ ତାଙ୍କୁ ମିଳିବାକୁ ଥିବା ଅର୍ଥ ମୂଲ୍ୟହୀନ। ତାଙ୍କ ଗୀତରେ ସେଠାରେ ଉପସ୍ଥିତ ସମସ୍ତ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଥିଲେ। ଏହାସହ ଏହି ସଂଗୀତ ସମାରୋହରେ ପ୍ରବଳ ଟଙ୍କା ବର୍ଷିଥିଲା। ଗାୟକଙ୍କ ପ୍ରଦର୍ଶନରେ ସମସ୍ତେ ଖୁସି ହୋଇ ଅନେକ ଟଙ୍କା ଉଡାଇଥିଲେ।

ଏହାଛଡା ଅନେକ ଲୋକ ମଧ୍ୟ ଆୟୋଜକଙ୍କୁ ଚେକ ଆକାରରେ ଟଙ୍କା ପ୍ରଦାନ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଏହି ସମସ୍ତ ଟଙ୍କା ଶହୀଦ ସିଆରପିଏଫ ଯବାନଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରୋଗାମରେ ଅନେକ ସ୍ଥାନୀୟ ଯୁବକ ସାମିଲ ହୋଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏପ୍ରକାର କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ଖୁବ ପ୍ରଶଂସା କରାଯାଇଛି।

ABOUT THE AUTHOR

...view details