ଅହମ୍ମଦାବାଦ: ସାମ୍ପ୍ରଦାୟିକ ସଦଭାବନାର ଅନନ୍ୟ ଉଦାହରଣ । ରଥଯାତ୍ରା ପାଇଁ ମୁସଲମାନ ଦିଅନ୍ତି ରୂପା ରଥ । ବର୍ଷେ କି ଦୁଇ ବର୍ଷ ନୁହେଁ, 20 ବର୍ଷ ହେଲା ଗୁଜୁରାଟ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରକୁ ରୂପାର ରଥ ଦେଉ ଆସୁଛନ୍ତି ଜମାଲପୁର ସହରର ମୁସଲମାନ ସମ୍ପ୍ରଦାୟ । ଏଠି ଉଭୟ ହିନ୍ଦୁ ଓ ମୁସଲମାନ ଭାଇଭଉଣୀ ରଥଯାତ୍ରୀକୁ ଏକାସାଙ୍ଗରେ ପାଳନ କରିଥାନ୍ତି ।
ଏଠି ରଥଯାତ୍ରା ପାଇଁ ମୁସଲମାନ ଦିଅନ୍ତି ରୂପା ରଥ - silver chariot
ଗୋଧ୍ରା ହିଂସାକାଣ୍ଡ ପରେ ସାମ୍ପ୍ରଦାୟିକ ସଦଭାବନା ପାଇଁ ଉଦ୍ୟମ । 20 ବର୍ଷ ହେଲା ରଥଯାତ୍ରା ପାଇଁ ରୂପା ରଥ ଦେଇଆସୁଛନ୍ତି ମୁସଲମାନ ସମ୍ପ୍ରଦାୟ ।
ଚଳିତଥର ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପାଳନ ହେବାକୁ ଯାଉଛି 142 ତମ ରଥଯାତ୍ରା । ଆଉ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ରଥଯାତ୍ରା ଦିନ ପ୍ରାୟ 25 ହଜାର ସୁରକ୍ଷାକର୍ମୀ ନିଯୋଜିତ ହେବେ । ଏହାବ୍ୟତିତ ସିସିଟିଭି ଓ ଡ୍ରୋନ କ୍ୟାମେରାର ମଧ୍ୟ ବ୍ୟବସ୍ଥା ହୋଇଛି । ପ୍ରତିବର୍ଷ ଏଠି ଖୁବ ଧୁମଧାମରେ ରଥଯାତ୍ରା ପାଳନ ହୋଇଥାଏ ।
ଏହି ରଥଯାତ୍ରାର ବଡ ବିଶେଷତ୍ବ ହେଲା ମୁସଲମାନ ସମ୍ପ୍ରଦାୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଗୋଧ୍ରା ହିଂସାକାଣ୍ଡ ପରେ ସାମ୍ପ୍ରଦାୟିକ ସଦଭାବନା ବଜାଏ ରଖିବା ପାଇଁ ରୂପାର ରଥ ଦେଇଆସୁଛନ୍ତି ମୁସଲମାନ ସମ୍ପ୍ରଦାୟ ।