ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ବୟାନ ବାଜି ସେତିକି ସୀମା ଲଙ୍ଘୁଛି। ଏହି ଧାଡିରେ ଗୁଜରାଟମୁଖମନ୍ତ୍ରୀ ବିଜୟ ରୂପାଣୀଙ୍କ ପରେ ତାଙ୍କର ଜଣେ ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଗୁଜୁରାଟସରକାରଙ୍କ ଆଦିବାସୀ ବିକାଶ ମନ୍ତ୍ରୀ ଗଣପତି ଭାଇ ୱସାବା ରାହୁଲ ଗାନ୍ଧିଙ୍କୁ ଶିବଙ୍କ ଅବତାର ହୋଇଥିବା ପ୍ରମାଣ ଦେବା ପାଇଁ ଅଧକିଲୋ ବିଷ ପିଇବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି।
ସୋମବାର ସୁରଟର ବାରଡୋଲିରେ ଆୟୋଜିତ ବିଜୟ ସଂକଳ୍ପ ସମାରୋହରେ ଗଣପତି କହିଛନ୍ତି ଯେ ‘ରାହୁଲ ଗାନ୍ଧୀଙ୍କ ସମର୍ଥକ ତାଙ୍କୁ ଭଗବାନ ଶିବଙ୍କ ସାକ୍ଷାତ ଅବତାର ବୋଲି କହୁଛନ୍ତି। ତେବେ ଭଗବାନ ଶିବ ତ ସାରା ସଂସାରର କଲ୍ୟାଣ ପାଇଁ ବିଷ ପିଇଥିଲେ। ରାହୁଲଙ୍କ ସମର୍ଥକ ମଧ୍ୟ ରାହୁଲଙ୍କୁ 500 ଗ୍ରାମ ବିଷ ପିଆଇ ଦିଅନ୍ତୁ, ଲୋକସଭା ନିର୍ବାଚନ ପାଖେଇ ଆସୁଛି, ଯଦି ସେ ବଞ୍ଚି ଯାଆନ୍ତି ତେବେ ଆମେ ମାନି ନେବୁ ଯେ ସେ ଭଗବାନ ଶିବଙ୍କ ଅବତାର।