ଗାନ୍ଧିନଗର: ଗୁଜୁରାଟର ଏକ କୋର୍ଟରେ ଗୋ-ବଂଶର ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ 10 ବର୍ଷର ଜେଲ ଦଣ୍ଡ ଦିଆଯାଇଛି । ତେବେ ଦେଶରେ ଏମିତି ଶାଣିଣି ପ୍ରଥମଥର ପାଇଁ କରାଯାଇଛି । ତେବେ ଏହି ମାମଲା ଗୁଜୁରାଟର ଧୋରାଜୀ ସହରର ବୋଲି ଜଣାପଡିଛି । ଜଣେ ବ୍ୟକ୍ତି ଏକ ବାଛୁରୀ ଚୋରୀ କରିବା ସହ ତାକୁ ହତ୍ୟା କରିଥିଲା ।
ବାଛୁରୀ ଚୋରି ଅଭିଯୋଗରେ 10 ବର୍ଷର ଦଣ୍ଡାଦେଶ
ଗୁଜୁରାଟର ଧୋରାଜୀ ସହରରେ ଏକ ବାଛୁରୀକୁ ଚୋରି କରି ହତ୍ୟା କରିବା ଦୋଷରେ ଜଣେ ବ୍ୟକ୍ତିଙ୍କୁ ମିଳିଛି 10 ବର୍ଷର ଜେଲ ଦଣ୍ଡ ।
ପ୍ରତୀକାତ୍ମକ ଫଟୋ
ସୂଚନାମୁତାବକ, ଏହି ଘଟଣା ବିଷୟରେ ପ୍ରଥମେ ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ପକ୍ଷରୁ ଫରେନ୍ସିକ ଯାଞ୍ଚ କରାଯାଇଥିଲା । ଏହାପରେ ଦୋଷୀ ସାମ୍ନାକୁ ଆସିବା ପରେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ଏହି ମାମଲାର ଶୁଣାଣି ହେବାପରେ କୋର୍ଟ ଦୋଷୀକୁ 10 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ସହ 1 ଲକ୍ଷ ଟଙ୍କାର ଜରିମାନା ଦେବା ପାଇଁ ଆଦେଶ ଦେଇଛନ୍ତି ।
ତେବେ ଭାରତରେ ଗୁଜୁରାଟ ଏପରି ଏକ ରାଜ୍ୟ ଯେଉଁଠି ବେଆଇନ ଗୋ-ଚାଲାଣକୁ ରୋକିବା ପାଇଁ ଅତି କଠୋର ଆଇନ ପାରିତ କରାଯାଇଛି ।