ଓଡିଶା

odisha

ETV Bharat / bharat

କୋରୋନା ଆକ୍ରାନ୍ତଙ୍କୁ ଭର୍ତ୍ତି ନକରିବା ମାମଲାରେ 16 ମେଡିକାଲକୁ ନୋଟିସ ଜାରି - କୋରୋନା ରୋଗୀ

କୋରୋନା ଭାଇରସ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି ନକରାଇବା ଏବଂ ସେମାନଙ୍କୁ ସରକାରୀ ମେଡିକାଲ ପଠାଇବା ମାମଲାରେ 16 ଘରୋଇ ମେଡିକାଲକୁ ନୋଟିସ ଜାରି । ବୁଧବାର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) 16ଟି ଘରୋଇ ମେଡିକାଲକୁ ନୋଟିସ ଜାରି କରିଛି ।

corona
କୋରୋନା ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି ନକରିବା ମାମଲାରେ 16 ମେଡିକାଲକୁ ନୋଟିସ ଜାରି

By

Published : May 21, 2020, 1:33 PM IST

ଗାନ୍ଧୀନଗର: କୋରୋନା ଭାଇରସ ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି ନକରାଇବା ଏବଂ ସେମାନଙ୍କୁ ସରକାରୀ ମେଡିକାଲ ପଠାଇବା ମାମଲାରେ 16 ଘରୋଇ ମେଡିକାଲକୁ ନୋଟିସ ଜାରି । ବୁଧବାର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) 16ଟି ଘରୋଇ ମେଡିକାଲକୁ ନୋଟିସ ଜାରି କରିଛି ।

ମହାମାରୀ ରୋଗ ଅଧିନିୟମ ଅନୁଯାୟୀ, ଏଏମସି ଅଭିଯୋଗ କରିଛି ଯେ, ତାଙ୍କ ନିର୍ଦ୍ଦେଶ ଏବଂ ଅହମ୍ମଦାବାଦ ଚିକିତ୍ସା ସଂଘର ଆବେଦନ ସର୍ତ୍ତ୍ବେ 16 ଘରୋଇ ମେଡିକାଲ କୋରୋନା ରୋଗୀଙ୍କୁ ଭର୍ତ୍ତି କରିବା ଏବଂ ସହଯୋଗ କରିବାକୁ ମନା କରିଦେଇଥିଲେ।

ତେବେ ବିଜ୍ଞପ୍ତିରେ କୁହାଯାଇଛି, ନଗରନିଗମ ମେ 16ରେ ଏକ ଆଦେଶ ଜାରି କରି 16 ମେଡିକାଲକୁ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କହିଥିଲେ ଏବଂ ସେମାନଙ୍କୁ ଏଏମସି ଦ୍ବାରା ପଠାଯାଇଥିବା ରୋଗୀଙ୍କୁ 50 ପ୍ରତିଶତ ଶଯ୍ୟା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଏମସିର କୋରୋନା ଭାଇରସ୍ ଅଭିଯାନର ତଦାରଖ କରୁଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୀବ କୁମାର ଗୁପ୍ତା ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ନାଗରିକ ପ୍ରାଧିକରଣର ଆଦେଶ ପାଳନ ନକରିବା ମାମଲାରେ 16 ଟି ଘରୋଇ ମେଡିକାଲକୁ ନୋଟିସ୍ ଜାରି କରିଛନ୍ତି।

ABOUT THE AUTHOR

...view details