ଓଡିଶା

odisha

By

Published : Aug 24, 2020, 5:00 PM IST

ETV Bharat / bharat

ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି

ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦ ଦାୟୀତ୍ବ ହସ୍ତାନ୍ତର କରିବାକୁ ଗୁରୁରାଟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି
ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି

ଗାନ୍ଧୀନଗର: କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ନେଇ ପାର୍ଟିରେ ଝଡ ସୃଷ୍ଟି ହୋଇଛି। ପାର୍ଟି ଭିତରେ ବରିଷ୍ଠ ନେତାଙ୍କ ମଧ୍ୟରେ ଗଭୀର ମତଭେଦ ଦେଖିବାକୁ ମିଳିଛି। ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫାର ପ୍ରସ୍ତାବ ଦେବା ସହ ଦଳର ଅନେକ ନେତା ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ପରେ କଂଗ୍ରେସ କମିଟି ଦୁଇ ଭାଗରେ ବିଭକ୍ତ ହୋଇଛି । ଗୋଟିଏ ପଟେ କେତେକ ନେତା ଅଧ୍ୟକ୍ଷ ପଦ ପାଇଁ ଗାନ୍ଧୀ ପରିବାରର ସମର୍ଥନ କରୁଛନ୍ତି । ଅନ୍ୟପଟେ ଆଉ କେତେକ ନେତା ଅଣ-କଂଗ୍ରେସକୁ ଅଧ୍ୟକ୍ଷ ଦାୟୀତ୍ବ ଦେବା ଉପରେ ବିଚାର କରୁଛନ୍ତି । ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦ ଦାୟୀତ୍ବ ହସ୍ତାନ୍ତର କରିବାକୁ ଗୁରୁରାଟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି
ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି

ସୋମବାର କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଜାରି ରହିଛି । ଏହି ବୈଠକରେ କଂଗ୍ରେସର ଆଗାମି ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଗୁଜୁରାଟ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅମିତ ଚାୱଡା ଏବଂ ଅନ୍ୟାନ୍ୟ ଦଳୀୟ ନେତା ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦ ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଗାନ୍ଧୀ ଏବଂ ନେହରୁ ପରିବାର ଭାରତର ନିର୍ମାଣ କରିଛନ୍ତି । ପୁଣିଥରେ ଭାରତ ନିର୍ମାଣ ପାଇଁ ଗାନ୍ଧୀ ଏବଂ ନେହରୁ ପରିବାରର ଆବଶ୍ୟକତା ରହିଛି । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବା ଉଚିତ । ସମ୍ପୁର୍ଣ୍ଣ ଗୁଜୁରାଟ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସହ ଜଡିତ ଅଛନ୍ତି ।

ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିବାକୁ ଦାବି

ସେପଟେ ଦଳର ବରିଷ୍ଠ ନେତା ଅହମଦ ପଟେଲ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦର ଦାୟୀତ୍ବ ସମ୍ଭାଳିବାକୁ କହିଥିବା ଜଣାପଡିଛି । ତେବେ ବର୍ତ୍ତମାନ କଂଗ୍ରେସର ଅଧ୍ୟକ୍ଷ ଭାବରେ କାହାକୁ ନିଯୁକ୍ତ କରାଯିବ ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details