ଗାନ୍ଧୀନଗର:ବାତ୍ୟା ନିସର୍ଗକୁ ନେଇ ଆଗୁଆ ପ୍ରସ୍ତୁତ ହେଲେ ଗୁଜୁରାଟ ସରକାର । ଏହି ବାତ୍ୟାର ମୁକାବିଲା କରିବା ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅହମ୍ମଦାବାଦରେ ଏକ ବୈଠକ ଡାକିଥିଲେ । ବାତ୍ୟାକୁ କିଭଳି ଭାବେ ମୁକାବିଲା କରାଯାଇ ପାରିବ ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବାତ୍ୟାରେ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ମଧ୍ୟ ଆଲୋଚନା ହୋଇଛି ।
ବାତ୍ୟା ନିସର୍ଗକୁ ନେଇ ଆଗୁଆ ବୈଠକ କଲେ ଗୁଜୁରାଟ ସରକାର
ବାତ୍ୟା ନିସର୍ଗକୁ ନେଇ ଆଗୁଆ ପ୍ରସ୍ତୁତ ଗୁଜୁରାଟ ସରକାର । ଆତଙ୍କିତ ନ ହେବାକୁ ଲୋକଙ୍କୁ ପରାମର୍ଶ । ଅଧିକ ପଢନ୍ତୁ...
ବାତ୍ୟା ନିଶାର୍ଗକୁ ନେଇ ଆଗୁଆ ବୈଠକ କଲେ ଗୁଜୁରାଟ ସରକାର
ଏହି ଘୂର୍ଣ୍ଣିବଳୟ ଜୁନ୍ 3 ତାରିଖ ସନ୍ଧ୍ୟାରେ ମହାରାଷ୍ଟ୍ରର ହରିହରେଶ୍ବର ଓ ଦାମନ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏ ନେଇ ଭାରତୀୟ ପାଣିପାଗ ଆକଳନ କରିଛି । ଯାହାର ପ୍ରଭାବ ବିଶେଷ କରି ମହାରାଷ୍ଟ୍ର ଓ ଗୁଜୁରାଟ ଉପରେ ପଡିବାର ବେଶ ସମ୍ଭାବନା ରହିଛି । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ । ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ ।
ସୌଜନ୍ୟ @ANI
Last Updated : Jun 3, 2020, 8:18 AM IST