ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ମହାଦୁର୍ନୀତି: 8 ହଜାର କୋଟି ହେରଫେର ମାମଲାର ପର୍ଦ୍ଦାଫାଶ

ଉତ୍ତରାଖଣ୍ଡ ରାଜ୍ୟରେ ଟ୍ୟାକ୍ସ ଚୋରି କରିବା ଭଳି ବଡ ମାମଲା ସାମ୍ନାକୁ ଆସିଛି । 2 ମାସ ଧରି କେନ୍ଦ୍ର ଓ ରାଜ୍ୟର ମିଳିତ ଟିମ ଏହି ଚଢାଉ ଅଭିଯାନ ଜାରି ରଖିଥିବାବେଳେ ଏମିତି ଏକ ଘୋଟାଲାର କଳଙ୍କିତ ଅଧ୍ୟାୟ ସାମ୍ନାକୁ ଆସିଛି । ଅଧିକ ଖବର ପଢନ୍ତୁ...

By

Published : Dec 17, 2019, 11:16 AM IST

ଉତ୍ତରାଖଣ୍ଡରେ ମହାଘୋଟାଲା; 8 ହଜାର କୋଟି ହେରଫେର ମାମଲାର ପର୍ଦ୍ଦାଫାସ
ଉତ୍ତରାଖଣ୍ଡରେ ମହାଘୋଟାଲା; 8 ହଜାର କୋଟି ହେରଫେର ମାମଲାର ପର୍ଦ୍ଦାଫାସ

ଡେରାଡୁନ: ଉତ୍ତରାଖଣ୍ଡ ରାଜ୍ୟରେ ଟ୍ୟାକ୍ସ ଚୋରି କରିବା ଭଳି ବଡ ମାମଲା ସାମ୍ନାକୁ ଆସିଛି । ଯାହା ଫଳରେ ଅର୍ଥ ସଚିବ ଅମିତ ନେଗୀଙ୍କ ନିର୍ଦ୍ଦେଶ କ୍ରମେ ଡେରାଡୁନର 55ଟି ଜିଏସଟି ଟିମ ରାଜ୍ୟର ପ୍ରାୟ 70ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରି ପ୍ରାୟ 8 ହଜାର କୋଟିର ଦୁର୍ନୀତିର ପର୍ଦ୍ଦାଫାଶ କରିଛି ।

ଉତ୍ତରାଖଣ୍ଡରେ ମହାଦୁର୍ନୀତି; 8 ହଜାର କୋଟି ହେରଫେର ମାମଲାର ପର୍ଦ୍ଦାଫାସ

କେବଳ ଏତିକି ନୁହେଁ, ରାଜ୍ୟର ବହୁ ପ୍ରତିପତିଶାଳୀ ବ୍ୟକ୍ତି ବେଆଇନ ଭାବେ ଜିଏସଟି ଭରଣା କରୁଥିବା ବି ଜଣାପଡିଛି । ମାତ୍ର ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ରହିଛି । ଉତ୍ତରାଖଣ୍ଡର ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । 2 ମାସ ଧରି କେନ୍ଦ୍ର ଓ ରାଜ୍ୟର ମିଳିତ ଟିମ ଏହି ଚଢାଉ ଅଭିଯାନ ଜାରି ରଖିଥିବାବେଳେ ଏମିତି ଏକ ଦୁର୍ନୀତିର କଳଙ୍କିତ ଅଧ୍ୟାୟ ସାମ୍ନାକୁ ଆସିଛି ।

ରାଜ୍ୟରେ ଟ୍ୟାକ୍ସ ଚୋରି କରିବାର ଏକ ବଡ ଗେମ ଚାଲିଥିଲା । 70 ଟି ବେଆଇନ ଫେକ୍ ଫାର୍ମ ଓ କମ୍ପାନୀ କରି ଜିଏସଟି ବିଲ ଜେନେରେଟ କରୁଥିଲେ । ଯାହା ଫଳରେ ସରକାରଙ୍କୁ ପ୍ରାୟ 8 ହଜାର କୋଟିର ଜିଏସଟି ବିଲ କରି ଚୁନା ଲଗାଯାଉଥିଲା ବୋଲି କହିଛନ୍ତି ଜଣେ ବିଭାଗୀୟ ଅଧିକାରୀ ।

ABOUT THE AUTHOR

...view details