ଓଡିଶା

odisha

ETV Bharat / bharat

'ଚୀନକୁ ବିସ୍ତାରବାଦୀ ରୂପରେ ଦେଖିବା ଭିତ୍ତିହୀନ'

ଚୀନ ନିଜର 14 ପଡୋଶୀ ଦେଶଙ୍କ ମଧ୍ୟରୁ 12 ଦେଶ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିଛି । ଏହା ସତ୍ବେ ଚୀନକୁ ବିସ୍ତାରବାଦୀ ରୂପରେ ଦେଖିବା ଭିତ୍ତିହୀନ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଚୀନକୁ ବିସ୍ତାରବାଦୀ  ରୂପରେ ଦେଖିବା ଭିତ୍ତିହୀନ
ଚୀନକୁ ବିସ୍ତାରବାଦୀ ରୂପରେ ଦେଖିବା ଭିତ୍ତିହୀନ

By

Published : Jul 3, 2020, 7:10 PM IST

ବେଜିଂ: ଲଦାଖରେ ଶୁକ୍ରବାର ଚୀନକୁ କଡା ଚେତାବନୀ ଦେଇ ବିସ୍ତାରବାଦୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛି ଡ୍ରାଗନ ଚୀନ । ତାକୁ ବିସ୍ତାରବାଦୀ ବୋଲି କହିବା ଭିତ୍ତିହୀନ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

ଭାରତ ସ୍ଥିତି ଚୀନ ଦୂତାବାସ ପକ୍ଷରୁ ଟ୍ବିଟ କରି କୁହାଯାଇଛି, 'ଚୀନ ନିଜର 14 ପଡୋଶୀ ଦେଶଙ୍କ ମଧ୍ୟରୁ 12 ଦେଶ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସୀମା ନିର୍ଦ୍ଧାରଣ କରିଛି । ଚୀନ ଭୂମି ସୀମାକୁ ବନ୍ଧୁତ୍ୱପୂର୍ଣ୍ଣ ସହଯୋଗର ବନ୍ଧନରେ ପରିଣତ କରିଛି। ଏହା ସତ୍ବେ ଚୀନକୁ ବିସ୍ତାରବାଦୀ ରୂପରେ ଦେଖିବା ଏବଂ ଅତିରିକ୍ତ ଓ ପଡୋଶୀ ଦେଶମାନଙ୍କ ସହିତ ବିବାଦ ସୃଷ୍ଟି କରୁଛି ବୋଲି କହିବା ଭିତ୍ତିହୀନ ।'

ସୂଚନାଯୋଗ୍ୟ ଯେ, ଜୁନ 15 ରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଇତି ମଧ୍ୟରେ ଶୁକ୍ରବାର ଅଚାନକ ଲଦାଖ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ସେ ଯବାନଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହି ସମୟରେ ସେ ଚୀନକୁ କଟାକ୍ଷ କରି ତାକୁ ବିସ୍ତାରବାଦୀ ବୋଲି କହିଥିଲେ । ସେ କହିଥିଲେ, ବିସ୍ତାରବାଦର ଯୁଗ ଶେଷ ହୋଇଛି । ଏବେ ବିକାଶବାଦର ସମୟ ଆସିଛି । ଗତ କିଛି ଶତାବ୍ଦୀରେ ବିସ୍ତାରବାଦ ହିଁ ମାନବ ସମାଜକୁ ଅଧିକ କ୍ଷତି ପହଞ୍ଚାଇଛି । ମାନବତାକୁ ବିନାଶ କରିବାର କାମ କରିଛି । ବିସ୍ତାରବାଦର ବିଜୟ ଯାହା ମୁଣ୍ଡରେ ପଶେ ସିଏ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରେ । କିନ୍ତୁ ଏଭଳି ଶକ୍ତି ନଷ୍ଟ ହୋଇଯାଏ ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details