ଓଡିଶା

odisha

ETV Bharat / bharat

ଜିଡିପି ସହ ସମୁଦାୟ ଖୁସି ମଧ୍ୟ ଗୁରୁତ୍ବପୂର୍ଣ୍ଣ: ପ୍ରଣବ ମୁଖାର୍ଜୀ - ପୂର୍ବତନ ରାଷ୍ଟ୍ରପତି

ଗ୍ରସ ହାପିନେସ ବା ସମୁଦାୟ ଖୁସି ସମୁଦାୟ ଘରୋଇ ଉତ୍ପାଦ(ଜିଡିପି) ଅପେକ୍ଷା କମ ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 6, 2019, 2:16 PM IST

ନୂଆଦିଲ୍ଲୀ: ଗ୍ରସ ହାପିନେସ ବା ସମୁଦାୟ ଖୁସି ସମୁଦାୟ ଘରୋଇ ଉତ୍ପାଦ(ଜିଡିପି) ଅପେକ୍ଷା କମ ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରକାଶ କରିଛନ୍ତି । ସମୁଦାୟ ଖୁସିର ମୌଳିକ ଭିତ୍ତିଭୂମି କେବଳ ଶିକ୍ଷା ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି । ଗତକାଲି ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆଙ୍କ ଏକ ପୁସ୍ତକ ‘ଶିକ୍ଷା’ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି ।


ପୂର୍ବତନ ରାଷ୍ଟ୍ରପତି କହିଛନ୍ତି, ଆଜିକାଲି ଦୁନିଆ କେବଳ ଜିଡିପି ଉପରେ କଥା ହେଉନାହିଁ ଅଧିକ ଇଚ୍ଛା ମଧ୍ୟ ପ୍ରକାଶ କରୁଛି । ଜିଡିପି ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଗୋଟିଏ ନୂଆ ଧାରଣା ସାମ୍ନାକୁ ଆସିଛି । ହେଲେ ଏହା ସାଙ୍ଗରେ ସମୁଦାୟ ଖୁସି ମଧ୍ୟ ମହତ୍ବପୂର୍ଣ୍ଣ । ଯାହାର ମୂଳ ଆଧାର ଶିକ୍ଷା ବୋଲି ସେ ପ୍ରକାଶ କରିଛନ୍ତି ।

ABOUT THE AUTHOR

...view details