ସମୟ ସହ ବଦଳୁଛି ଧାରା । ପୁରୁଣାକୁ ଭୁଲି ନୂଆକୁ ଆପଣାଉଛନ୍ତି ଲୋକେ । ବିବାହ ଉତ୍ସବରେ ବି ଏହା ଦେଖିବାକୁ ମିଳିଛି । ସ୍ୱଳ୍ପ ଖର୍ଚ୍ଚରେ ଭଲ ଓ ଆକର୍ଷଣୀୟ ବିବାହ ଉତ୍ସବ ଆୟୋଜନ ହୋଇପାରୁଛି। ଯେଉଁଥିରେ କି ବିଶେଷ ଖର୍ଚ୍ଚ ହେବ ନାହିଁ କି କିଛି ନଷ୍ଟ ହେବ ନାହିଁ । ଏଭଳି ବିବାହ ଉତ୍ସବ ସପକ୍ଷରେ ମତ ଦେଇଛନ୍ତି ଇଭେଂଟ ପ୍ଲାନର ଅମ୍ବିକା ଗୁପ୍ତା । ଗ୍ରୀନ୍ କିନ୍ତୁ ଡିଜାଇନ ଭରା ବିବାହ ଉତ୍ସବ ଆୟୋଜନ ସପକ୍ଷରେ ମତ ଦିଅନ୍ତି ଅମ୍ବିକା । ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି । ଆମେ ମନଇଚ୍ଛା ଖର୍ଚ୍ଚ କରିପାରିବା ନାହିଁ କି ଅଯଥା ସମ୍ବଳ ନଷ୍ଟ କରିପାରିବା ନାହିଁ ।
ଆସନ୍ତାକାଲି ବାବଦରେ ଆମେକୁ ଭାବିବାକୁ ପଡିବ । ଆମେ ଯଦି ପରିବର୍ତ୍ତନ ହେଉ ନାହୁଁ , ତାହା ହେଲେ ଆଗାମୀ ପୀଢି ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବ ବୋଲି ଅମ୍ବିକା କହନ୍ତି । ୮ ବର୍ଷ ପୂର୍ବେ ଚେନ୍ନାଇରେ ଦି ଏ-କ୍ୟୁବ୍ ପ୍ରୋଜେକ୍ଟ ପ୍ରତିଷ୍ଠା କରିଥିଲେ ଅମ୍ବିକା । ଡିଜାଇନର ଓ ୱେଡିଂ ପ୍ଲାନର ଭାବେ ଅମ୍ବିକାଙ୍କ ସୁଖ୍ୟାତି ରହିଛି । ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଭଳି ସେଲିବ୍ରିଟିଙ୍କ ପାଇଁ ସେ ଟ୍ରାନ୍ସପୋର୍ଟିଭ ୱେଡିଂ ସୃଷ୍ଟି କରିଛନ୍ତି ଅମ୍ବିକା । ଏ ବର୍ଷ ଅମ୍ବିକାଙ୍କୁ କୋଭିଡ ମହାମାରୀ ପାଇଁ ବେଶ୍ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥିଲା । କୋଭିଡ ପରବର୍ତୀ ସ୍ଥିତିକୁ ଦେଖି ସେଫ୍ଟି ପ୍ରୋଟକଲ ପ୍ରତି ଧ୍ୟାନ ଦେଇ ଡିଜାଇନ ପ୍ରସ୍ତୁତ କରିଥିଲେ ଅମ୍ବିକା । ଗ୍ରୀନ ଓ ଅଧିକ ଦାୟିତ୍ୱପୂର୍ଣ୍ଣ ବିବାହ ଉତ୍ସବ ପାଇଁ ସେ ନିଜର କ୍ଲାଏଂଟମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି ବୋଲି ଅମ୍ବିକା କହନ୍ତି ।
ମହାମାରୀ ଯୋଗୁଁ ଲୋକେ ଆଡମ୍ବରପୂର୍ଣ୍ଣ ପରିବର୍ତେ ଛୋଟ ଛୋଟ ଉତ୍ସବ ଆୟୋଜନ କରିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଖର୍ଚ୍ଚ କମ୍ ହେଉଛି ଓ ବିଶେଷ କିଛି ନଷ୍ଟ ହେଉନାହିଁ । କିନ୍ତୁ ତାଙ୍କର ଅଧିକାଂଶ କ୍ଲାଏଂଟ୍ ଜଳବାୟୁ ପରିବର୍ତନର କୁପ୍ରଭାବ ସଂପର୍କରେ ଭଲ ଭାବେ ଅବଗତ ଅଛନ୍ତି । ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବାକୁ ଚାହାନ୍ତି ବୋଲି ଅମ୍ବିକା କହନ୍ତି । ପଣ୍ଡିଚେରୀର ଏକ ବିବାହ ଉତ୍ସବର ଉଦାହରଣ ଦେଇ ଅମ୍ବିକା କହନ୍ତି ଯେ, ଦଂପତି ଓ ତାଙ୍କ ଟିମ୍ ଫୁଲ ଓ ଖାଦ୍ୟ ନଷ୍ଟ ହେବା ଦିଗ ପ୍ରତି ଦୃଷ୍ଟି ଦେଇଥିଲେ । ପରିବେଶ ଯେପରି ପ୍ରଦୂଷିତନ ହୁଏ, ସେଥିପ୍ରତି ଦୃୃଷ୍ଟି ଦେବାକୁ କନ୍ୟା ବିଶେଷ ଭାବେ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଅମ୍ବିକା କହନ୍ତି । ଫଳସ୍ୱରୂପ ଫୁଲଗୁଡିକୁ ଖତରେ ପରିଣତକରାଗଲା ଓ ବଳି ପଡିଥିବା ଖାଦ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମାନ ଭାବେ ବାଂଟି ଦିଆଯାଇଥିଲା ।
ଗ୍ରୀନ୍ ୱେଡିଂ ପାଇଁ ଅମ୍ବିକାଙ୍କ କିଛି ଟିପ୍ସ ନିମ୍ନରେ ଦିଆଗଲା :
-ସ୍ଥାନୀୟ ଫୁଲ ପାଇଁ ଅର୍ଡର କରନ୍ତୁ । ଏହା ହେଲେ କାର୍ବନ ଫୁଟପ୍ରିଂଟ୍ ହ୍ରାସ ପାଇବ । ଅଭାବୀ ଫୁଲ ଚାଷୀମାନେ ବି ଫାଇଦା ପାଇବେ । ଅତ୍ୟଧିକ ଫ୍ଲୋରାଲ ଏସେଂଟ୍ ପରିବର୍ତେ ଷ୍ଟେଟମେଂଟ୍ ଆରେଂଜମେଂଟ କରନ୍ତୁ , ଯାହା କି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ ।
- କୌଣସି ଷ୍ଟୋର୍ର ଉପହାର ବଦଳରେ କାରିଗର ଓ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତୁ ଓ ସାମଗ୍ରୀ ଆଣନ୍ତୁ । ଏଥିପାଇଁ ଏନଜିଓଗୁଡିକର ସହାୟତା ନିଆଯାଇପାରେ ।