ଓଡିଶା

odisha

ETV Bharat / bharat

ପ୍ରବାସୀ ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରି ଜାରି - advisory

ଆମେରିକାରେ ଭାରତୀୟ ଛାତ୍ରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପରେ ଭାରତ ସରକାରଙ୍କ ପକ୍ଷରୁ ନୂଆ ଆଡଭାଇଜରି ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ

By

Published : Feb 4, 2019, 2:04 PM IST

ନୂଆଦିଲ୍ଲୀ: ୟୁଏସରେ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ନେଇ ଭାରତ ସରକାରଙ୍କ ପ୍ରଥମ ଆଡଭାଇଜରି ଜାରି ହୋଇଛି । ଆମେରିକାରେ ଭାରତୀୟ ଛାତ୍ରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପରେ ଭାରତ ସରକାରଙ୍କ ପକ୍ଷରୁ ନୂଆ ଆଡଭାଇଜରି ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆମେରିକାରେ 'ପେ ଆଣ୍ଡ ଷ୍ଟେ' ୟୁନିଭର୍ସିଟି ଭିଜାରେ ଅନିୟମିତତାକୁ ନେଇ 130ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 129 ଜଣ ଭାରତୀୟ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ଏହାକୁ ଦେଖି ଭାରତ ସରକାରଙ୍କ ତରଫରୁ ଛାତ୍ରଙ୍କ ସୁବିଧା ପାଇଁ 24/7 ହେଲ୍ପ ଲାଇନ ଆରମ୍ଭ କରାଯାଇଛି । ଯେଉଁଥିରେ ଛାତ୍ରମାନେ 202-322-1190 ଏବଂ 202-340-2590ଦୁଇଟି ନମ୍ବରରେ କଲ କରି ନିଜ ସମସ୍ୟା ବାବଦରେ ଜଣାଇପାରିବେ ।

ଆମେରିକାରେ ରହିବା ପାଇଁ ଗିରଫ ହୋଇଥିବା 129 ଜଣ ଭାରତୀୟ ଛାତ୍ର ମିଥ୍ୟା ୟୁନିଭର୍ସିଟିରେ ନାମ ଲେଖାଇ ଥିବା ଅଭିଯୋଗ କରିଛି ଆମେରିକା । ଯାହାକୁ ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ କହିଛନ୍ତି ଯେ, ସେଠାରେ ଭାରତୀୟ ଛାତ୍ରମାନେ କୌଣସି ଠକାମିର ଶିକାର ହୋଇଛନ୍ତି । ଯେଉଁଥିରେ ତାଙ୍କର କୌଣସି ଭୁଲ ନାହିଁ ।

ପ୍ରଥମେ ଦୁଇଦେଶ ମଧ୍ୟରେ ଏଚ1ବି ଭିଜା ମାମଲାରେ ମତଭେଦ ଆଉ ଏବେ ଆମେରିକୀୟ ପ୍ରଶାସନ ପକ୍ଷରୁ ଭାରତୀୟ ଛାତ୍ରଙ୍କ ପ୍ରତି ଉଠାଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରଭାବ ଭାରତ-ଆମେରିକା ସମ୍ବନ୍ଧ ଉପରେ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।


For All Latest Updates

ABOUT THE AUTHOR

...view details