ଓଡିଶା

odisha

By

Published : May 2, 2020, 11:28 AM IST

ETV Bharat / bharat

ବିଦେଶରୁ 2 ଲକ୍ଷ ଲୋକ ଆଣିବାକୁ ଯୋଜନା ପ୍ରସ୍ତୁତ, ସହଯୋଗରେ ଭାରତୀୟ ସେନା

ମେ 3 ପରେ ପୁଣି ଦୁଇ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଥିବାବେଳେ ପ୍ରାୟ 2 ଲକ୍ଷ ଲୋକଙ୍କୁ ବିଦେଶରୁ ଫେରାଇ କାର୍ଯ ଟିକେ ମନ୍ଥର ହୋଇପାରେ ।

airlift indians stranded from abroad
ଭାରତୀୟ ସେନା

ନୂଆଦିଲ୍ଲୀ: ମେ 3 ପରେ ପୁଣି ଦୁଇ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଥିବାବେଳେ ପ୍ରାୟ 2 ଲକ୍ଷ ଲୋକଙ୍କୁ ବିଦେଶରୁ ଫେରାଇ କାର୍ଯ ଟିକେ ମନ୍ଥର ହୋଇପାରେ । ତେବେ ଗଲଫ୍ ଦେଶ ତଥା ଇରାନ, ଇଟାଲୀ, ବ୍ରିଟେନ, ଆମେରିକା ଓ ଅନ୍ୟାନ୍ୟ ଦେଶରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ଆସନ୍ତା କିଛି ଦିନ ମଧ୍ୟରେ ତିନୋଟି କାରଣ ପାଇଁ ଫେରିବାକୁ ଅନୁମତି ଦିଆଯାଇଛି।

ଏହି ସମୟରେ ଭାରତୀୟ ନୌସେନା ଏବଂ ବାୟୁସେନା ଏହି ମିଶନରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ନେତୃତ୍ବରେ ତିନି ସେନା ମୁଖ୍ୟଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ, ବିଦେଶରେ ଭାରତୀୟ ସଂଖ୍ୟା ଅଧିକ। ନୌସେନା ଜାହାଜ ନିୟୋଜନ ପାଇଁ ପ୍ରସ୍ତୁତ ଅଛି । ଏହା ଏକ ଲମ୍ବା ପ୍ରକ୍ରିୟା ହୋଇପାରେ । ଏଥିସହ ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୋରିଆ କହିଛନ୍ତି, ଆମର ପରିବହନ ବିମାନ ଷ୍ଟାଣ୍ଡବାଇରେ ଅଛି ଏବଂ ନିର୍ଦ୍ଦେଶ ପାଇବା ମାତ୍ରେ ଆମେ ଏହି କାର୍ଯ୍ୟରେ ନିୟୋଜିତ ହେବୁ।

ବିଦେଶରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କ ହୋମ କମିଂ ଯୋଜନାରେ 600 ରୁ ଅଧିକ ବିମାନ ଉଡାଣ ନୌସେନା ଯୁଦ୍ଧ ଜାହାଜ ବ୍ୟବହାର କରାଯିବ। ବିଭିନ୍ନ ମନ୍ତ୍ରଣାଳୟର ସମନ୍ବୟ ରକ୍ଷା କରି ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ବର୍ତ୍ତମାନ ପ୍ରାୟ 2 ଲକ୍ଷ ଲୋକଙ୍କୁ ଆଣିବାର ଯୋଜନା ରହିଛି। ଏଥିମଧ୍ୟରୁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଗଲଫ୍ ଦେଶରୁ ଅଣାଯିବ।

ଯେଉଁମାନେ ଅତ୍ୟଧିକ ଜରୁରୀ କାରଣରୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ । ସୂଚନାନୁସାରେ, ପ୍ରାୟ 38 ହଜାର ଲୋକ କେବଳ ସଂଯୁକ୍ତ ଆରବ ଏମିରେଟ୍ସରୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏହା ବ୍ୟତୀତ 30 ହଜାରରୁ ଅଧିକ ଲୋକ କୁଏତ, ବହାରେନ ଭଳି ଦେଶକରୁ ଫେରିବାକୁ ଚାହାଁନ୍ତି। ତେଣୁ ଏହି ଲୋକମାନଙ୍କ ମଧ୍ୟରୁ ଅନେକଙ୍କୁ ଭାରତୀୟ ନୌସେନାର ବଡ ଜାହାଜ ମାଧ୍ୟମରେ ଅଣାଯାଇପାରିବ ।

ଫେରୁଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚାକିରି ହରାଇବା କିମ୍ବା ଆର୍ଥିକ ଅସହାୟତାରୁ ଫେରୁଛନ୍ତି। ଏଭଳି ପରିସ୍ଥିତିରେ ଯାତ୍ରୀ ଲକଡାଉନ୍ ଅବଧି ମଧ୍ୟରେ ପ୍ରସ୍ତାବିତ ବିମାନ ଉଡାଣ ସମୟରେ ସର୍ବନିମ୍ନ ରାଶି ଲାଗୁ କରିବାକୁ ଏୟାରଲାଇନ୍ସକୁ କୁହାଯାଇଛି।

ପ୍ରାୟ ଏକ ମାସ ମଧ୍ୟରେ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ପ୍ରଥମେ ଗଲଫ୍ ଅଞ୍ଚଳ ପରେ ଇରାନ, ଇଟାଲୀ, ବ୍ରିଟେନ, ମ୍ୟାଲେସିଆ, ଇଣ୍ଡୋନେସିଆ, ଆମେରିକା ଏବଂ ଅନ୍ୟ ଦେଶରୁ ତୃତୀୟ ପର୍ଯ୍ୟାୟରେ ଲୋକଙ୍କୁ ପ୍ରତ୍ୟାହାର କରାଯାଇଛି। ଏହା ବ୍ୟତୀତ, ଯଦି ବିଦେଶରେ ଫସି ରହିଥିବା ଭାରତୀୟମାନେ ଏକ ଚାର୍ଟାର୍ଡ ​​ବିମାନରୁ ଫେରିବାକୁ ଚାହାଁନ୍ତି, ତେବେ ସେମାନେ କୋଭିଡ-19 ସାର୍ଟିଫିକେଟ୍ ଆଧାରରେ ଫେରିବାକୁ ଅନୁମତି ମଧ୍ୟ ପାଇପାରିବେ ।

ABOUT THE AUTHOR

...view details