ଓଡିଶା

odisha

By

Published : Dec 23, 2020, 11:05 PM IST

ETV Bharat / bharat

ଟୀକାକରଣ ପାଇଁ CoWIN ଲଞ୍ଚ କଲେ କେନ୍ଦ୍ରସରକାର, ବିଜେତାଙ୍କୁ ମିଳିବ 3.85 କୋଟି

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ CoWIN ଚ୍ୟାଲେଞ୍ଜ ଲଞ୍ଚ କରାଯାଇଛି । କୋ-ୱିନ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଥିବାବେଳେ ଏହା ଜାନୁଆରୀ 15 ଯାଏଁ ପ୍ରତିଯୋଗୀଙ୍କ ପାଇଁ ଖୋଲା ରହିବ । ବିଜେତା ହେଲେ ସର୍ବମୋଟ 3 କୋଟି 85 ଲକ୍ଷ ଟଙ୍କା ଅର୍ଥରାଶି ମିଳିବ । ଅଧିକ ପଢନ୍ତୁ...

ଟୀକାକରଣ ପାଇଁ CoWIN ଲଞ୍ଚ କଲେ କେନ୍ଦ୍ରସରକାର, ବିଜେତାଙ୍କୁ ମିଳିବ 3.85 କୋଟି
ଟୀକାକରଣ ପାଇଁ CoWIN ଲଞ୍ଚ କଲେ କେନ୍ଦ୍ରସରକାର, ବିଜେତାଙ୍କୁ ମିଳିବ 3.85 କୋଟି

ନୂଆଦିଲ୍ଲୀ: ସାରା ବିଶ୍ବରେ ଲାଗି ରହିଛି ମହାମାରୀ କୋରୋନା ସଙ୍କଟ । ଏହାରି ମଧ୍ୟରେ ବ୍ରିଟେନରେ କାୟା ବିସ୍ତାର କରିଛି କୋରୋନାର ନୂଆ ଷ୍ଟ୍ରେନ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ସେପଟେ ଅନେକ ଦେଶରେ କୋରୋନା ଭ୍ୟାକ୍ସିନର ଟୀକାକରଣ ଆରମ୍ଭ ହୋଇସାରିଲାଣି । ଭାରତରେ ମଧ୍ୟ ଖୁବ୍ ଶିଘ୍ର ଆରମ୍ଭ ହୋଇଯିବ ଟୀକାକରଣ । ତେବେ ଦେଶରେ ଟୀକାକରଣ ପୂର୍ବରୁ ବୁଧବାର କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ ଚ୍ୟାଲେଞ୍ଜ ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ CoWIN ଚ୍ୟାଲେଞ୍ଜ ଲଞ୍ଚ କରାଯାଇଛି ।

କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ ସିଷ୍ଟମକୁ ସୁଦୃଢ କରିବା ପାଇଁ କୋୱିନ ଚ୍ୟାଲେଞ୍ଜ ଲଞ୍ଚ କରାଯାଇଛି । ତେବେ ଏଥିରେ ଭାଗ ନେଇ ଆବେଦନକାରୀ ବିଜେତା ହେଲେ ସର୍ବମୋଟ 3 କୋଟି 85 ଲକ୍ଷ ଟଙ୍କା ଅର୍ଥରାଶି ମିଳିବ ବୋଲି ଘୋଷଣା କରିଛନ୍ତି ସରକାର । କୋ-ୱିନ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଜାନୁଆରୀ 15 ଯାଏଁ ପ୍ରତିଯୋଗୀଙ୍କ ପାଇଁ ଖୋଲା ରହିବ ।

କୋରୋନା ଟୀକାର ବିତରଣ ପ୍ରକ୍ରିୟା ପାଇଁ କୋୱିନ ଏକ ଡିଜିଟାଲ ପ୍ଲାଟଫର୍ମ, ଯାହା ଦ୍ବାରା ଟୀକାକରଣ ପାଇଁ ଯୋଗ୍ୟ ହୀତାଧିକାରୀଙ୍କୁ ଚିହ୍ନଟ କରିବାରେ ସହଜ ହେବ । କୋରୋନା ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତର ଉଦ୍ଭାବକ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ସେପଟେ ଯେଉଁମାନେ ଟୀକାକରଣରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ପୂର୍ବରୁ ଡିସେମ୍ବର 14ରେ ଟୀକାକରଣକୁ ନେଇ ଏହାର ଗାଇଡଲାଇନ ଜାରି କରିଥିଲେ କେନ୍ଦ୍ର ସରକାର । ଟୀକାକରଣ ନେଇ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ କୋଭିଡ ଭ୍ୟାକ୍ସିନ ଇଣ୍ଟେଲିଜେନ୍ସ ନେଟୱାର୍କ(CO-WIN) ସିଷ୍ଟମ ବ୍ୟବହାର କରାଯିବ ବୋଲି କୁହାଯାଇଥିଲା ।

ABOUT THE AUTHOR

...view details