ଓଡିଶା

odisha

ଅଯୋଧ୍ୟା ମୁଖ୍ୟାଳୟରୁ 18 କିମି ଦୂରରେ ନିର୍ମାଣ ହେବ ମସଜିଦ

By

Published : Feb 5, 2020, 5:25 PM IST

Updated : Feb 6, 2020, 3:06 PM IST

ସୁନ୍ନୀ ୱାକଫ୍ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ମିଳିଛି 5 ଏକର ଜମି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରପ୍ରଦେଶ ରାଜ୍ୟ ସରକାର ଅଯୋଧ୍ୟାରେ ସୁନ୍ନୀ ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ଏହି ଜମି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

-five-acres-of-land-to-sunni-waqf-board
ଫାଇଲ ଫଟୋ

ଲକ୍ଷ୍ନୌ: ସୁନ୍ନୀ ୱାକଫ୍ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ମିଳିଛି 5 ଏକର ଜମି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ, ଉତ୍ତରପ୍ରଦେଶ ରାଜ୍ୟ ସରକାର ଅଯୋଧ୍ୟାରେ ସୁନ୍ନୀ ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ଏହି ଜମି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମଣ୍ଡଳ ବୈଠକ ପରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଥିଲେ,‘ ଅଯୋଧ୍ୟା ମୁଖ୍ୟାଳୟରୁ 18 କିଲୋମିଟର ଦୂର ଧନ୍ନୀପୁରା ଗ୍ରାମରେ 5 ଏକର ଜମି ପ୍ରଦାନ କରାଯାଇଛି। ’

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକସଭାରେ ଏନେଇ ଘୋଷଣା କରିଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଥିବା କହିଥିଲେ । ଏହାସହ 67.60 ଏକର ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ଦିଆଯାଇଛି।

Last Updated : Feb 6, 2020, 3:06 PM IST

ABOUT THE AUTHOR

...view details