ଓଡିଶା

odisha

ETV Bharat / bharat

ଅଗଷ୍ଟ 14ରୁ ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ କଲରାଜ ମିଶ୍ର

ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର 14 ଅଗଷ୍ଟରୁ ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ19 ବିସ୍ତାରକୁ ରୋକିବା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଧାନସଭା ଅଧିବେଶନ ହେବ । ଅଧିକ ପଢନ୍ତୁ...

ଅଗଷ୍ଟ 14ରୁ ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ କଲରାଜ ମିଶ୍ର
ଅଗଷ୍ଟ 14ରୁ ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ କଲରାଜ ମିଶ୍ର

By

Published : Jul 30, 2020, 12:08 AM IST

ରାଜସ୍ଥାନ: ରାଜ୍ୟପାଳ କଲରାଜ ମିଶ୍ର 14 ଅଗଷ୍ଟରୁ ବିଧାନସଭା ଅଧିବେଶନ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ19 ବିସ୍ତାରକୁ ରୋକିବା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବିଧାନସଭା ଅଧିବେଶନ ସମୟରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନଥାଉକି ଗତ ସପ୍ତାହରେ ରାଜ୍ୟପାଳ ତିନିଥର ଅଧିବେଶନ ଡାକିବା ପ୍ରସ୍ତାବକୁ ଫେରସ୍ତ କରିସାରିଛନ୍ତି । ପୂର୍ବରୁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାବେଳେ ରଜ୍ୟପାଳ କହିଛନ୍ତି ଯଦି ଏଜେଣ୍ଡା ଆତ୍ମବିଶ୍ବାସର ଭୋଟ୍ ପାଇବାକୁ ଚାହୁଁଛି ତେବେ ସ୍ବଳ୍ପ ନୋଟିସରେ ଏକ ଅଧିବେଶନ ଡକାଯାଇପାରିବ । ଅନ୍ୟଥା 21 ଦିନର ବିଜ୍ଞପ୍ତି ଆବଶ୍ୟକ ବୋଲି କହିଛନ୍ତି ।

ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ ମଧ୍ୟରେ କ୍ଷମତାକୁ ନେଇ ଜାରୀ ରହିଛି ଲଢେଇ । ଗତ ଦୁଇ ସପ୍ତାହ ହେଲାଣି ରାଜସ୍ଥାନ ରଜନୀତିରେ ଅସ୍ଥିରତା ଦେଖାଦେଇଛି । ନିଜ ସମର୍ଥକ ବିଧାୟକଙ୍କୁ ନେଇ ରିସୋର୍ଟରେ ରଖିଛନ୍ତି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଅଧିବେସନ ଡାକିବାକୁ ନେଇ ରାଜଭବନକୁ ଯାଇ ପ୍ରତିବାଦ କରିଥିଲେ ।

ABOUT THE AUTHOR

...view details