ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସଂକେତ ଦେଇଛନ୍ତି ନୂତନ ଭାବେ ନିଯୁକ୍ତି ପାଇଥିବା ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ।
‘ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ’
ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସଂକେତ ଦେଇଛନ୍ତି ନୂତନ ଉପରାଜ୍ୟପାଳ । ଅଧିକ ପଢନ୍ତୁ...
ଜମ୍ମୁ କାଶ୍ମୀରର ତଲଓ୍ବାଡ଼ ଜିଲ୍ଲାରେ ଏକ ପାସିଂ ଆଉଟ ପରେଡ଼ରେ ଯୋଗ ଦେଇ ଉପରାଜ୍ୟପାଳ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ କି, ଜମ୍ମୁ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ । ଏଠାରେ ବିଧାନସଭା ମଧ୍ୟ ରହିଛି । ତେବେ ଏଠାରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ।
ସୂଚନାଯୋଗ୍ୟ ଗତ ଅଗଷ୍ଟ 5 ତାରିଖରେ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ ହୋଇଥିଲା । ପରେ ନଭେମ୍ବର 1ରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇ ଜଣ ଉପଜିଲ୍ଲାପାଳଙ୍କୁ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର । ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଓ ଆରକେ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ ।
TAGGED:
lt governor GC Murmu