ଓଡିଶା

odisha

ETV Bharat / bharat

ସରକାରଙ୍କ ସମର୍ଥନ କେବଳ କଥାରେ ସୀମିତ ?

କେନ୍ଦ୍ର ସରକାର ୨୦୨୦-୨୧ ବର୍ଷର ଖରିଫ ଋତୁ ପାଇଁ ୧୪ଟି କିସମର ଫସଲର ସର୍ବର୍ନିମ୍ନ ସମର୍ଥନ ମୂଲ୍ୟ ଘୋଷଣା କରିଛନ୍ତି । ସରକାର ସବୁ ରାଜ୍ୟରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ସମାନ ରଖିଛନ୍ତି । ଏହା ଦ୍ୱାରା ଫସଲ ଅମଳ ପାଇଁ ଅଧିକ ଖର୍ଚ୍ଚ କରୁଥିବା କୃଷକମାନେ ପ୍ରଭାବିତ ହେଉଛନ୍ତି । ଅଧିକ ପଢନ୍ତୁ...

By

Published : Jun 18, 2020, 8:51 PM IST

ସରକାରଙ୍କ ସମର୍ଥନ କେବଳ କଥାରେ ସୀମିତ?
ସରକାରଙ୍କ ସମର୍ଥନ କେବଳ କଥାରେ ସୀମିତ?

କୃଷକଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ୨୦୨୦-୨୧ ବର୍ଷର ଖରିଫ ଋତୁରେ ୧୪ଟି କିସମର ଫସଲ ପାଇଁ ସବ ର୍ନିମ୍ନ ସମର୍ଥନ ମୂଲ୍ୟ ଘୋଷଣା କରିସାରିଛନ୍ତି । ଘୋଷିତ ସମର୍ଥନ ମୂଲ୍ୟ ଫସଲ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୫୦ ପ୍ରତିଶତ ବୋଲି ମଧ୍ୟ ଦାବି କରିଛନ୍ତି ସରକାର । ବାସ୍ତବ ସ୍ଥିତି କିନ୍ତୁ ଅଲଗା । କିଛି ଫସଲ ପାଇଁ ଆଦୌ ସମର୍ଥନ ମୂଲ୍ୟ ଘୋଷଣା ହୋଇନାହିଁ । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଓ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସମର୍ଥନ ମୂଲ୍ୟରେ ତାରତମ୍ୟ ରହୁଛି ବୋଲି ଆର୍ଥିକ ବ୍ୟାପାର ବିଶେଷଜ୍ଞମାନେ ମତ ଦେଇଛନ୍ତି ।

୨୦୨୦-୨୧ ଖରିଫ ଋତୁ ପାଇଁ ଘୋଷଣା ହୋଇଥିବା ସବର୍ନିମ୍ନ ସମର୍ଥନ ମୂଲ୍ୟ ଗତବର୍ଷଠାରୁ ଅଧିକ, ଯାହା କି ଫସଲ ଉତ୍ପାଦନର ଖର୍ଚ୍ଚର ୫୦ ପ୍ରତିଶତ ବୋଲି ସରକାର କହିଛନ୍ତି । ଆଗାମୀ ସମୟରେ ଦେଶର କୃଷକଙ୍କ ପାଇଁ ଚାଷକାମ ଉତ୍ସାହଜନକ ହେବ ବୋଲି କେନ୍ଦ୍ର ସରକାରଙ୍କ ଆଶା । କିନ୍ତୁ ସମଗ୍ର ଉତ୍ପାଦନ ଖର୍ଚ୍ଚର ଅତିରିକ୍ତ ୫୦ ପ୍ରତିଶତ ଚାଷୀଙ୍କୁ ଦେବା ପାଇଁ ସ୍ୱାମୀନାଥନ କମିଶନ ସୁପାରିଶ କରିଥିଲେ । ଉତ୍ପାଦନ ଖର୍ଚ୍ଚ କୃଷିର ମୁଖ୍ୟ ଉପାଦାନ କୃଷି ବ୍ୟୟ ଓ ମୂଲ୍ୟ କମିଶନ-ସିଏସିପି କୌଣସି ଏକ ନିର୍ଦ୍ଦିଷ୍ଟ ଫସଲର ସବ ର୍ନିମ୍ନ ସମର୍ଥନ ମୂଲ୍ୟ ପାଇଁ ସରକାରଙ୍କୁ ପରାମର୍ଶ ଦେବା ଆଗରୁ ୭ଟି ପ୍ରମୁଖ ବିଷୟକୁ ବିଚାରକୁ ନେଇଥାଏ । ଏଥିମଧ୍ୟରୁ ଗୋଟିଏ ହେଲା ଉତ୍ପାଦନ ଖର୍ଚ୍ଚ ।

ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣ ପାଇଁ ଏକ ସଠିକ ମେକାନିଜିମ ନ ଥିଲେ ସର୍ବର୍ନିମ୍ନ ସମର୍ଥନ ମୂଲ୍ୟ ପ୍ରକ୍ରିୟାରୁ ଆବଶ୍ୟକ ସୁଫଳ ମିଳିପାରିବ ନାହିଁ । ୭ଟି ଉପାୟରେ ଫସଲଉତ୍ପାଦନ ଖର୍ଚ୍ଚ ହିସାବ କରିଥାଏ ସିଏସିପି । ପ୍ରଥମଟି ହେଉଛି ଏ-୧ ଧରଣର ଫସଲ, ଯେଉଁଥିରେ କି ୧୪ଟି ଭିନ୍ନ ଭିନ୍ନ ବିଭାଗ ପାଇଁ କୃଷକକୁ ଖର୍ଚ୍ଚ କରିବାକୁ ପଡିଥାଏ । ଗୋଟିଏ କ୍ବିଣ୍ଟାଲ ଫସଲ ଉତ୍ପାଦନକୁ ହିସାବକୁ ନେଇଥାଏ ସିଏସିପି । ଏ-୨ ଧରଣର ଫସଲ ଅମଳ ଖର୍ଚ୍ଚ ହେଉଛି ଯେଉଁଥିରେ କୃଷକ ଏ-୧ ଧରଣର ଫସଲ ପାଇଁ ଚାଷଜମି ଲିଜ୍ ହୋଇଥାଏ । ଆଉ ଗୋଟିଏ ହେଉଛି ବି-୧ ଟାଇପ ଖର୍ଚ୍ଚ । ଯେଉଁଥିରେ ଏ-୧ ଧରଣର ଚାଷ ଖର୍ଚ୍ଚ ଫିକ୍ସଡ କ୍ୟାପିଟାଲ ଆସେଟ୍ ର ସୁଧ ହାର ସହ ଯୋଗକରାଯାଇଥାଏ । ଆଉ ଗୋଟିଏ ଶୌଳୀ ହେଉଛି ବି-୨ । ଏଥିରେ କୃଷି ଖର୍ଚ୍ଚର ଗଣନା ସ୍ୱାମିତ୍ୱ ଜମିର ଖର୍ଚ୍ଚ, ବି-୧ ଲିଜ୍‌ ମୂଲ୍ୟ ( ଭୂମି ରାଜସ୍ୱର ମୋଟ ମୂଲ୍ୟ ) ଲିଜ୍‌ ଇନ୍ ଜମି ପାଇଁ ଭଡା ମୂଲ୍ୟ ଖର୍ଚ୍ଚକୁ ବାଦ ଦିଆଯାଇ କରାଯାଏ । ସି-୧ ଶୈଳୀ ଅନୁସାରେ ଆମେ ବି-୧ ଖର୍ଚ୍ଚ ପାଇଁ ପରିବାର ଶ୍ରମ ମୂଲ୍ୟ ଯୋଡୁ । ଫଳରେଆମେ ସି-୧ ପର୍ଯ୍ୟାୟରେ ପହଞ୍ଚୁ । ଆଉ ବି-୨ରେ ସି-୧କୁ ଯୋଡି ସି-୨ର ଖର୍ଚ୍ଚ ମିଳିଥାଏ । ସି-୨ରେ ବଜାର ବା ବୈଧ ମୂଲ୍ୟ ଅନୁସାରେ ଶ୍ରମର ସର୍ବନିମ୍ନ ମୂଲ୍ୟ ଯୋଡାଯାଇଥାଏ, ଯେଉଁଥିରୁ ସି-୨ (ଷ୍ଟାର ) ଖର୍ଚ୍ଚ ମିଳିଥାଏ । ଏବେ ଆସନ୍ତୁ ନଜର ପକାଇବା ସି-୩ ଶୈଳୀ କଣ ? ଯେତେବେଳେ ଆମେ ଉତ୍ପାଦନର ୧୦ ପ୍ରତିଶତ ଓ ପରିଚାଳନା ଖର୍ଚ୍ଚକୁ ସି-୨ ଖର୍ଚ୍ଚ ସହ ଯୋଡୁ, ତାହାହେଲେ ଆମକୁ ସି-୩ ଉତ୍ପାଦନ ଖର୍ଚ୍ଚ ମିଳିଥାଏ । ସି-୩ ଉତ୍ପାଦନ ହିଁ କୃଷକର ପ୍ରକୃତ ଫସଲର ମୋଟ ଆର୍ଥିକ ଉତ୍ପାଦନ ଖର୍ଚ୍ଚ ହୋଇଥାଏ ।

ଅନ୍ୟ କ୍ଷେତ୍ର ପରି କୃଷି କ୍ଷେତ୍ରରେ ମଧ୍ୟ ଯେକୌଣସି ଉତ୍ପାଦର ପାରିଶ୍ରମିକ ମୂଲ୍ୟ ସି-୩ର ମୋଟି ଉତ୍ପାଦନ ଖର୍ଚ୍ଚ ଆଧାରରେ ସ୍ଥିର ହେବା ଦରକାର । ଏହା ହେଲେ ହିଁ ପରବର୍ତ୍ତୀ ପୀଢି ପାଇଁ କୃଷିକାଯ୍ୟର ଏକ ଲାଭପ୍ରଦ ବିକଳ୍ପ ହୋଇପାରିବ । ଆଉ ଏହା ହେଲେ ହିଁ କୃଷକମାନେ ସେମାନଙ୍କର ପରିଶ୍ରମର ପ୍ରକୃତ ଫଳ ପାଇପାରିବେ । ଉତ୍ପାଦନ ଖର୍ଚ୍ଚ ( ଜମି,ଶ୍ରମ, କ୍ୟାପିଟାଲ କଷ୍ଟ୍ ବଳି ନିଜସ୍ୱ ସମ୍ବଳକୁ ଛାଡି ) କୃଷକ ଦ୍ୱାରା ହେଉଥିବା ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚ ବିନା ସେମାନଙ୍କ ପାଇଁ କୃଷି ଜୀବନଜୀବିକା ପାଇଁ ଏକ ଭଳ ବିକଳ୍ପ ହୋଇପାରିବ । ୨୦୦୬ରେ ସ୍ୱାମୀନାଥନ କମିଶନ ସି-୨ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଫସଲର ସବ ର୍ନିମ୍ନ ସମର୍ଥନ ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ଓ ସି-୨ ଖର୍ଚ୍ଚରୁ ଅଧିକ ଭାବେ ନିର୍ଧାରିତ କରିଥିଲେ । କିନ୍ତୁ କେନ୍ଦ୍ର ସରକାର ଏହା କାଯ୍ୟ ର୍କାରୀ କରି ନ ଥିଲେ । କେବଳ ଗୋଟିଏ ପରିବାରରଶ୍ରମକୁ ଚାଷର ମୋଟ ଖର୍ଚ୍ଚରେ ଯୋଡି ଦେଇଥିଲେ ସରକାର, ଯାହା କି ଏ-୨ର ଖର୍ଚ୍ଚ ।

ଏଥିସହ ୫୦ ପ୍ରତିଶତ ମୂଲ୍ୟଯୁକ୍ତ ର୍ନିମ୍ନ ସମର୍ଥନ ମୂଲ୍ୟ ଘୋଷଣା କରଥିଲେ ସରକାର । ଏହା ଦ୍ୱାରା କୃଷକ ତାହାର ଜମି, ପୁଞ୍ଜି ଓ ମାଲିକାନା ଅଧିକାର ହରାଉଛି ।ଏହାଛଡା ସ୍ୱାମୀନାଥନ କମିଟିର ମୂଲ୍ୟ ନୀତି ତୁଳନାରେ ସରକାରଙ୍କ ଘୋଷିତ ଫସଲର ସବ ର୍ନିମ୍ନ ସମର୍ଥନ ମୂଲ୍ୟ ୨୫ ପ୍ରତିଶତ କମ । ଏହା ଦ୍ୱାରା କୃଷକଙ୍କୁ କ୍ଷତି ସହିବାକୁ ପଡୁଛି । ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସମର୍ଥନ ମୂଲ୍ୟରେ ଫସଲ ଚାଷର ଖର୍ଚ୍ଚ, ପରିବହନ ଓ ଖନନକୁ ସାମିଲ କରାଯାଇନାହିଁ । ଆଉ ଏଥିଯୋଗୁଁ ଫସଲ ଉତ୍ପାଦନର ସଠିକ ଖର୍ଚ୍ଚ କୃଷକଙ୍କୁ ମିଳୁପାରୁନି । ସରକାର ସବୁ ରାଜ୍ୟରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ସମାନ ରଖିଛନ୍ତି । ଏହା ଦ୍ୱାରା ଫସଲ ଅମଳ ପାଇଁଅଧିକ ଖର୍ଚ୍ଚ କରୁଥିବା କୃଷକମାନେ ପ୍ରଭାବିତ ହେଉଛନ୍ତି । ଅବଶ୍ୟ ନିଜ ଫସଲ ପାଇଁ କମ ଖର୍ଚ୍ଚ କରିଥିବା କୃଷକମାନେ ସରକାରଙ୍କ ଘୋଷଣା ଦ୍ୱାରା ଲାଭବାନହେଉଛନ୍ତି । ଏଭଳି ସ୍ଥିତିରେ ଦେଶରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ନିର୍ଧାରଣ ପ୍ରଣାଳୀ କେବଳ କିଛି ଫସଲ ଓ କିଛି ରାଜ୍ୟ ପାଇଁ ଲାଭପ୍ରଦ ହୋଇଛି ।କାର୍ଯ୍ୟକାରିତାରେ ସମସ୍ୟା ସବ ର୍ନିମ୍ନ ସମର୍ଥନ ମୂଲ୍ୟ ନିର୍ଧାରଣ ନୀତିର କାଯ୍ୟ ର୍କାରିତାରେ ବି ରହିଛି ଅନେକ ସମସ୍ୟା । ଦେଶର କେବଳ ୩୦ ପ୍ରତିଶତ କୃଷକ ହିଁ ସରକାରଙ୍କ ସର୍ବନିମ୍ନ ସମର୍ଥନ ମୂଲ୍ୟ ନୀତି ହିଁ ଜାଣିଛନ୍ତି । ଯେଉଁମାନେ ବି ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ କେବଳ ୩୦ ପ୍ରତିଶତ ହିଁ ନିଜର ଉତ୍ପାଦିତ ଶସ୍ୟ ବିକ୍ରୀ ପାଇଁ ସରକାରୀ ମଣ୍ଡିକୁ ଯାଆନ୍ତି ।

ସର୍ବନିମ୍ନ ସମର୍ଥନ ମୂଲ୍ୟ ଭିତ୍ତିରେ ଶସ୍ୟ କ୍ରୟର ବିକେନ୍ଦ୍ରୀକରଣ କରାଯାଇଛି । କିନ୍ତୁ ଏହା କ୍ଷେତ୍ର ସ୍ତରରେ ଲାଗୁ କରାଯାଇନାହିଁ । ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶ ଅନୁସାରେ ସର୍ବନିମ୍ନ ସମର୍ଥନ ମୂଲ୍ୟ ନିର୍ଧାରିତ ହେବା ଦରକାର । ବିଭିନ୍ନ ଲୋକାଲ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହାକୁ ରାଜ୍ୟସ୍ତରରେ ବି ଘୋଷଣାକରାଯିବା ଦରକାର । ପରିବହନ ଓ ବଜାର ମୂଲ୍ୟ ଭଳି ଅନ୍ୟ ଖର୍ଚ୍ଚକୁ ବି ଧ୍ୟାନରେ ରଖିବାକୁ ପଡିବ । ଦେଶର ସବୁ ରାଜ୍ୟରେ ଉତ୍ପାଦନ ଓ ବିକେନ୍ଦ୍ରୀକରଣକୁ ଦୃଷ୍ଟିରେ ରଖି ସରକାରୀ ସମର୍ଥନ ମୂଲ୍ୟ ସ୍ଥିର କରାଯିବା ଜରୁରୀ ମନେହେଉଛି । ଏସବୁ ନୀତି ବାବଦରେ କୃଷକମାନଙ୍କୁ ସଂପୂର୍ଣ୍ଣ ସୂଚନା ଦିଆଯିବା ବି ଜରୁରୀ । ଯାହା ଫଳରେ ସେମାନେ ଏହାର ଲାଭ ପାଇପାରିବେ ।

କୃଷକଙ୍କୁ ଆଶ୍ୱାସନା ସବୁ ରାଜ୍ୟର କୃଷକଙ୍କୁ ଉଚିତ ଓ ଲାଭକାରୀ ସମର୍ଥନ ମୂଲ୍ୟ ମିଳିଲେ ହିଁ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ । ସର୍ବ ର୍ନିମ୍ନ ସମର୍ଥନ ମୂଲ୍ୟ ନିର୍ଧାରଣ ପ୍ରକ୍ରିୟା ସୂଚାରୁ ରୂପେ କାଯ୍ୟ ର୍କାରୀ ହୋଇପାରିଲେ ହିଁ ଏହା ସମ୍ଭବ ହୋଇପାରିବ । ସିଏସିପିର ପ୍ରସ୍ତାବ ଅନୁସାରେ କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ବାର୍ଷିକ ୨୨ଟି କିସମର ଫସଲ ପାଇଁ ସବର୍ନିମ୍ନ ସମର୍ଥନ ମୂଲ୍ୟ ଘୋଷଣା କରିଥାଏ । ଅନ୍ୟପଟେ ସାଧାରଣ ବଣ୍ଟନ ବିଭାଗଆଖୁର ସର୍ବ ର୍ନିମ୍ନ ବଜାର ମୂଲ୍ୟ ଘୋଷଣା କରିଥାଏ । ବଜାରର ସ୍ଥିତିକୁ ଗୁରୁତ୍ୱ ନ ଦେଇ କୃଷକ ଦ୍ୱାରା ଅମଳ ହୋଇଥିବା ଫସଲକୁ ସରକାର ଘୋଷିତ ମୂଲ୍ୟରେ ଯେପରି କିଣିବେ,ତାହା ସର୍ବନିମ୍ନ ସମର୍ଥନ ମୂଲ୍ୟ ଗ୍ୟାରେଣ୍ଟି ଦେଇଥାଏ ।

ABOUT THE AUTHOR

...view details