ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ଣ୍ଣୟ ଦିଗରେ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କ୍ରିୟାଶୀଳତା ଓ ବିଭିନ୍ନ ଦିଗକୁ ତଦାରଖ କରିବା ପାଇଁ ଏକ ସ୍ବତନ୍ତ୍ର ଡେକ୍ସ ଗଠନ କରିଛନ୍ତି ।
ଏହି ନବଗଠିତ ଡେକ୍ସ ଅତିରିକ୍ତ ସଚିବ ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ଏକ ଟିମ ସର୍ବୋଚ୍ଚ ନ୍ୟାୟାଳୟର ସମସ୍ତ ମାମଲାର ଦେଖାଶୁଣା କରିବ । ଏକ ଅଧିକାରିକ ଆଦେଶରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅଯୋଧ୍ୟା ମାମଲାରେ ଓ ଏହାସହ ସମ୍ବନ୍ଧିତ କୋର୍ଟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ତିନି ଅଧିକାରୀ ଦାୟିତ୍ବ ବହନ କରିବେ ।