ଓଡିଶା

odisha

ETV Bharat / bharat

ଲୋପ ପାଉଛି ଡ୍ୟାନସିଂ ଡିଅର ବଂଶ - ଡ୍ୟାନସିଂ ଡିଅର

ମଣିପୁରରେ ଦେଖାଯାଇଥାନ୍ତି ବିରଳ ମୃଗ ବା ଡ୍ୟାନସିଂ ଡିଅର । ଏମାନେ ସମଗ୍ର ଦେଶରେ କେବଳ ମଣିପୁରରେ ଥିବା କାବୁଲ ଜାତୀୟ ଉଦ୍ୟାନରେ ହିଁ ଦେଖାଯାଇଥାନ୍ତି । ମାତ୍ର ଏମାନଙ୍କ ବଂଶ ଧିରେ ଧିରେ ଲୋପ ପାଉଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 29, 2019, 11:22 PM IST

ଡେରାଡୁନ: ବିରଳ ଡ୍ୟାନ୍‌ସିଂ ଡିଅର ବା ମୃଗ ବିଶ୍ବରେ ଖୁବ କମ ସ୍ଥାନରେ ଦେଖାଯାଇଥାନ୍ତି । ଭାରତର ମଣିପୁରର କାବୁଲ ଜାତୀୟ ଉଦ୍ୟାନରେ ଏହି ହରିଣ ଦେଖିବାକୁ ମିଳିଥାଏ । ତେବେ ବିଶ୍ବରେ ଏହି ବିରଳ ମୃଗଙ୍କ ସଂଖ୍ୟାକୁ ଦେଖିଲେ ଏହା ମୃଗଙ୍କ ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଛି । ତେବେ ଭାରତରେ ଏମାନଙ୍କ ସଂଖ୍ୟା ପ୍ରାୟତଃ ଶହେରୁ ଦେଢଶହ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ସେପଟେ ଏହି ମୃଗଙ୍କ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ମଣିପୁରର ବାସିନ୍ଦା ଏହି ମୃଗଙ୍କୁ ଡ୍ୟାନସିଂ ଡିଅର କୁହନ୍ତି । ଏହି ହରିଣ ଗୁଡ଼ିକ ବିଶେଷ ଭାବେ ମଣିପୁର ଅଞ୍ଚଳରେ ଦେଖାଯାଇଥାନ୍ତି । ତେବେ ମଣିପୁରରେ ଏକମାତ୍ର ଭାସମାନ ଉଦ୍ୟାନ ଦେଖିବାକୁ ମିଳିଥାଏ । ଆଉ ଏହି ଭାସମାନ ଉଦ୍ୟାନ ଉପରେ ଏହି ହରିଣ ଗୁଡ଼ିକ ଦେଖିବାକୁ ମିଳିଥାନ୍ତି ।

ସେପଟେ ଏହି ଉଦ୍ୟାନ ଉପରେ ଚାଲୁଥିବା ସମୟରେ ଶରୀର ଉପରେ ନିୟନ୍ତ୍ରଣ ରଖିବା ପାଇଁ ହରିଣ ଗୁଡ଼ିକ ଏଭଳି ଦେଖାଯାଇଥାନ୍ତି ବୋଲି ବୈଜ୍ଞାନିକ କହିଛନ୍ତି । ଏହା ସହିତ ଏହାକୁ ଲୋକମାନେ ଡ୍ୟାନ୍‌ସିଂ ଡିଅର କହିଥାନ୍ତି ।

ତେବେ ଡ୍ୟାନସିଂ ଡିୟରର ବଂଶକୁ ନେଇ ବିଭିନ୍ନ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏହି ହରିଣ ଭାରତରେ କେବଳ ଏହିଠାରେ ହିଁ ଦେଖିବାକୁ ମିଳିଥାଏ । ମାତ୍ର ଏଠାରେ ମଧ୍ୟ ଏମାନଙ୍କର ସଂଖ୍ୟା ଧିରେ ଧିରେ ଲୋପ ପାଉଥିବା ଦେଖିବାକୁ ମିଳିଛି । ଏମାନଙ୍କର ସଂଖ୍ୟା କମି ପାଖାପାଖି ଶହେରୁ ଦେଢ ଶହ ମଧ୍ୟରେ ରହିଛି ।

ABOUT THE AUTHOR

...view details