ନୂଆଦିଲ୍ଲୀ: ଗୁଗୁଲ 27ଟି ଆପଲିକେସନକୁ ବନ୍ଦ କରିଦେଇଛି ଯାହା ୟୁଜର୍ସ ମାନଙ୍କୁ ନକଲୀ ପ୍ଲେଷ୍ଟୋର ଡାଉନଲୋଡ କରିବା ପାଇଁ ପ୍ରେରିତ କରୁଥିଲା । ଏହି ନକଲି ଆପଲିକେସନ ଗୁଡିକର ଚିହ୍ନଟ ମହାରାଷ୍ଟ୍ରର ପୁନେ ସ୍ଥିତ କ୍ବିକ୍ ହିଲ ଟେକ୍ନୋଲୋଜି କରି ଗୁଗୁଲକୁ ସୂଚନା ଦେଇଥିଲା । କ୍ବିକ୍ ହିଲ ସିକ୍ୟୁରିଟି ଲେମ୍ବଙ୍କ କହିବାନୂସାରେ, ଏହି ଆପ୍ସଏଡବେୟର ଠାରୁ ଡିଭାଇସକୁ ପ୍ରଭାବିତ କରିବାପାଇଁ ତିଆରି କରାଯାଇଥିଲା । ଆଉ ଏହା ୟୁଜର୍ସ ମାନଙ୍କୁ ଲଗାତାର ନକଲି ପ୍ଲେ ଷ୍ଟୋର ଡାଉନଲୋଡ କରିବାପାଇଁ ପ୍ରେରିତ କରୁଥିଲା ।
ଗୁଗୁଲ ତାର ପ୍ଲେ ଷ୍ଟୋରରୁ ହଟାଇଲା 27ଟି ନକଲି ଆପ - 27ଟି ନକଲି ଆପଲିକେସନ
ୟୁଜର୍ସଙ୍କୁ ପ୍ରଭାବିତ କରୁଥିବା 27ଟି ନକଲି ଆପଲିକେସନକୁ ଗୁଗୁଲ ହଟାଇଛି ।
ଯଦି କେହି ନକଲି ପ୍ଲେ ଷ୍ଟୋର ଇନଷ୍ଟଲ କରିଦେଉଥିଲେ ତେବେ ୟୁଜର୍ସର ମୋବାଇଲରେ ଫୁଲ ସ୍କ୍ରିନ ବିଜ୍ଞାପନ ଦେଖିବାକୁ ମିଳୁଥିଲା । କ୍ବିକ ହିଲ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଆପଲିକେସନ ଗୁଡିକୁ ଡେଭଲପର ଏଏଫଏଡି ଡ୍ରିଫ୍ଟ ରେସର ତିଆରି କରିଥିଲେ । ଏହି ଆପ ଗୁଡିକ କାର ରେସିଙ୍ଗ ଗେମ ଶ୍ରେଣୀର ଥିଲା ।
ଏଭଳି ଆପ ଗୁଡିକୁ ଡାଉଲଲୋଡ କରିବା ପୂର୍ବରୁ ୟୁଜର୍ସ ମାନଙ୍କୁ ଏହା ବିଷୟରେ ଜାଣିବା ଦରକାର । ଏହାସହିତ ଗୁଗୁଲ ପ୍ଲେ ଷ୍ଟୋର ବ୍ୟତୀତ କୌଣସି ଆପ ଷ୍ଟୋରରୁ ଆପ ଡାଉନଲୋଡ ନକରିବା ଉଚିତ । ୟୁଜର୍ସ ମୋବାଇଲ ଏଣ୍ଚିଭାଇରସର ଉପୟୋଗ ମଧ୍ୟ କରିପାରନ୍ତି । ଯାହାଦ୍ବାରା ନକଲୀ ଆପଲିକେସନ ଫୋନରେ ଇନଷ୍ଟଲ ହେବା ପୂର୍ବରୁ ରୋକିଥାଏ ।