ଓଡିଶା

odisha

ETV Bharat / bharat

‘କାଶ୍ମୀର ସୀମା’ ଗୁଗଲ ମ୍ୟାପରେ ଭାରତର, ଅନ୍ୟଦେଶରେ ବିବାଦିତ

କାଶ୍ମୀରକୁ ନେଇ 2ଟି ମ୍ୟାପ ଦେଖାଇଲା ଗୁଗୁଲ । ଦେଶ ଅନୁସାରେ ବଦଳୁଛି କାଶ୍ମୀରର ସୀମାରେଖା। ଗୁଗୁଲ ମ୍ୟାପରେ କାଶ୍ମୀର ଭାରତର ନିୟନ୍ତ୍ରଣ ରେଖା ଭିତରେ ଦର୍ଶାଉଥିବାବେଳେ, ପାକିସ୍ତାନରେ ଦେଖାଉଛି ଭିନ୍ନ । ଅଧିକ ପଢନ୍ତୁ...

By

Published : Feb 16, 2020, 1:21 PM IST

Google Maps marks
ଗୁଗୁଲ ମ୍ୟାପରେ କାଶ୍ମୀରର 2ଟି ମାନଚିତ୍ର

ୱାଂଶିଟନ: କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗି ରହିଛି ତିକ୍ତତା । ହେଲେ କାଶ୍ମୀରକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗୁଗୁଲ ମ୍ୟାପରେ କାଶ୍ମୀର ଭାରତର ନିୟନ୍ତ୍ରଣ ରେଖା ଭିତରେ ଦର୍ଶାଉଥିବାବେଳେ, ପାକିସ୍ତାନରେ ଦେଖାଉଛି ଭିନ୍ନ ।

ୱାଂଶିଟନର ଏକ ପୋଷ୍ଟ ମୁତାବକ, ଭାରତରେ ରହି ଯଦି କାଶ୍ମୀରକୁ ସର୍ଚ୍ଚ କରାଯାଏ ତେବେ କାଶ୍ମୀର ଭାରତ ନିୟନ୍ତ୍ରଣ ରେଖାରେ ରହିଛି ଅର୍ଥାତ ଭାରତର ବୋଲି ସୂଚାଉଛି । କିନ୍ତୁ ସେହି ସର୍ଚ୍ଚ ଯଦି ପାକିସ୍ତାନରେ କରାଯାଉଛି ତାହା ଡଟେଡ ଲାଇନରେ ଦର୍ଶାଉଛି । ଗୁଗୁଲ ମ୍ୟାପରେ ଏହି ଡଟେଡ ଲାଇନର ଅର୍ଥ ଦୁଇ ଦେଶର ବିବାଦିତ ସ୍ଥାନକୁ ଦର୍ଶାଇଥାଏ । ସେପଟେ, ଯେଉଁ ଦେଶରୁ କୌଣସି ସ୍ଥାନକୁ ସର୍ଚ୍ଚ କରାଯାଏ, ତେବେ ତାହା ସେହି ଦେଶର ନିୟମ-କାନୁନ ଉପରେ ଆଧାରିତ ହୋଇଥାଏ ବୋଲି ରିପୋର୍ଟ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ, ଗୁଗୁଲ ପ୍ରବକ୍ତାଙ୍କ ଅନୁଯାୟୀ, ବିବାଦିତ ସ୍ଥାନଗୁଡିକ ପାଇଁ ଗୁଗୁଲରେ ଏକ ବୈଷୟିକ ନୀତି ରହିଛି । ଆଉ ଏହି କ୍ଷେତ୍ର ବା ସ୍ଥାନକୁ ଦାବି କରୁଥିବା ଦେଶର ଆଧାର ଉପରେ ଲୋକେସନ ପ୍ରଦର୍ଶିତ ହୋଇଥାଏ ।

ABOUT THE AUTHOR

...view details