ଓଡିଶା

odisha

ETV Bharat / bharat

ଗୁଗଲ ହ୍ୟାଙ୍ଗଆଉଟ ମିଟ୍ ଏବେ କେବଳ ଗୁଗଲ ମିଟ୍

ଗୁଗଲ ସୁଟ୍ ଟ୍ବିଟ କରି ଏହାର ସୂଚନା ଦେଇଛି । ନୂଆ ଫିଚରରେ ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ଗୁଗଲ ହ୍ୟାଙ୍ଗଆଉଟ୍ସ ମିଟ୍ ଏବେ କେବଳ ଗୁଗଲ ମିଟ୍
ଗୁଗଲ ହ୍ୟାଙ୍ଗଆଉଟ୍ସ ମିଟ୍ ଏବେ କେବଳ ଗୁଗଲ ମିଟ୍

By

Published : Apr 16, 2020, 7:06 PM IST

ହାଇଦ୍ରାବାଦ: ଗୁଗଲ ଭିଡିଓ କନଫରେନ୍ସିଂ ଆପ୍ ଗୁଗଲ ହ୍ୟାଙ୍ଗଆଉଟ୍ସ ମିଟ୍ ପରିବର୍ତ୍ତନ ହୋଇଛି । ଗୁଗଲ ପକ୍ଷରୁ ଏହାକୁ ନୂଆ ନାମ ଦିଆଯାଇଛି । ଏବେ ଏହା କେବଳ ଗୁଗଲ ମିଟ୍ ଭାବେ ନୂଆ ନାମରେ ଜଣାଯିବ । କିଛି ନୂଆ ଫିଚର ସହ ଏହାକୁ ରିବ୍ରାଣ୍ଡ କରିଛି ଗୁଗଲ ।

ଗୁଗଲ ସୁଟ୍ ଟ୍ବିଟ କରି ଏହାର ସୂଚନା ଦେଇଛି । ନୂଆ ଫିଚରରେ ଡିଷ୍ଟାନ୍ସ ଲର୍ଣ୍ଣିଂକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସେପ୍ଟେମ୍ବର 30 ଯାଏଁ ସମସ୍ତ ଜି ସୁଟ୍ ୟୁଜର୍ସଙ୍କ ପାଇଁ ପ୍ରିମିୟମ ଗୁଗଲ ଫିଚର ମିଟ୍ ମାଗଣାରେ ଉପଲବ୍ଧ ରହିବ । ବିଜିନେସମେନ ଓ ଶିକ୍ଷାନୁଷ୍ଠାନ ପାଇଁ ଏହି ଫିଚର ଲାଗୁ ହେବ । ଏହା ଅର୍ଥ ଏବେ ମିଟ୍ ଦ୍ବାରା ଗୋଟିଏ କଲରେ ଆପଣ ଏକାଥରେ 250 ଲୋକଙ୍କ ସହ କଥା ହୋଇପାରିବେ । ଏହାସହ ଏକ ଲକ୍ଷ ଦର୍ଶକଙ୍କ ସହ ଲାଇଭ ଷ୍ଟ୍ରିମିଂ କରିବା ସହ ନିଜ ମିଟିଂକୁ ରେକର୍ଡ କରି ଗୁଗଲ ଡ୍ରାଇଭରେ ସେଭ କରିପାରିବେ ।

ଗୁଗଲ ମିଟ୍ ଦ୍ବାରା ଏବେ 100 ମିଲିୟନ ଛାତ୍ରଙ୍କ ସହ ଲାଇଭ ଷ୍ଟ୍ରିମିଂ କ୍ଲାସ ରୁମ କରିହେବ । ଏନେଇ ଗୁଗଲ ଏବେ କ୍ଲାସରୁମ ଫିଚର ସହ ମିଟ୍ ଯୋଡିଦେଇଛି । ପ୍ରତି କ୍ଲାସ ପାଇଁ ଏବେ ଶିକ୍ଷକମାନେ ଗୋଟିଏ ସ୍ବତନ୍ତ୍ର ଲିଙ୍କ କ୍ରିଏଟ କରିପାରିବେ ଯାହା କ୍ଲାସରୁମ ଷ୍ଟ୍ରିମ ଓ କ୍ଲାସୱାର୍କ ପେଜରେ ଡିସପ୍ଲେ ହେବ । ଏହା ଶିକ୍ଷକ ଓ ଛାତ୍ରଙ୍କ ପାଇଁ ସୁବିଧାଜନକ ହେବ କାରଣ ଏହାଦ୍ବାରା ବିଶ୍ବବ୍ୟାପୀ ଲକ୍ଷାଧିକ ଲୋକ ଏକାଠି ହୋଇପାରିବେ । ଏହାସହ ପ୍ରତି ମିଟିଂର ଏକ ନିକନେମ ରହିବ । ଏହାକୁ କ୍ରିଏଟ କରିଥିବା ଶିକ୍ଷକ ଥରେ ଏହି ମିଟିଂ ଛାଡିଲା ପରେ ଏଥିରେ କେହି ନୂଆ ଛାତ୍ର ଆଉଥରେ ଯୋଗ ଦେଇପାରିବେ ନାହିଁ । ଯେତେପର୍ଯ୍ୟନ୍ତ କ୍ରିଏଟର ପୁଣି ଏହାକୁ ରିନେମ ନକରିଛନ୍ତି ସେତେଯାଏଁ କେହି ଏଥିରେ ମିଶିପାରିବେ ନାହିଁ ।

ଗୁଗଲ ମିଟ୍ ଦ୍ବାରା ୟୁଜର୍ସଙ୍କ ସମସ୍ତ ମିଟିଂ ଓ ତଥ୍ୟକୁ ଗୁପ୍ତ ରଖାଯିବ । ଏନେଇ ମିଟ୍ ଆଇଇଟିଏଫ ସୁରକ୍ଷା ବ୍ୟବସ୍ଥା ଆଧାରରେ ସମସ୍ତ ପ୍ରଣାଳୀ ତିଆରି କରିଛି । ପ୍ରତି ମିଟିଂର ଆଇଡି 10 କ୍ୟାରେକ୍ଟର ଓ ସେଟରେ 25 କ୍ୟାରେକ୍ଟର ଲମ୍ବା । ଫଳରେ କୌଣସି ବାହାର ଲୋକ ଚେଷ୍ଟା କରି ମଧ୍ୟ ଏହି ମିଟିଂରେ ପ୍ରବେଶ କରିପାରିବେ ନାହିଁ । ମୋବାଇଲରେ ମିଟ୍ ଆପ୍ ଡାଉନଲୋଡ କରିଲେ ହିଁ ଆପଣ ଏହାର ବ୍ୟବହାର କରିପାରିବେ । ଆଇଡି ଅନୁମାନ କରି କୌଣସି ଲୋକ ସିକ୍ୟୁରିଟି କୋଡ ଭାଙ୍ଗିପାରିବେ ନାହିଁ । କୋଭିଡ 19 ମହାମାରୀ ବ୍ୟାପିବାରୁ ରୋକିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଏବେ ବନ୍ଦ ଥିବାବେଳେ ଗୁଗଲ ମିଟ୍ ସାରା ବିଶ୍ବର ଶିକ୍ଷକ ଓ ଛାତ୍ରଙ୍କ ପାଇଁ ପାଠପଢାର ଏକ ଉତ୍ତମ ମାଧ୍ୟମ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ ଏହାର ନୂଆ ଅତ୍ୟାଧୁନିକ ଫିଚର ବାହାର କରିଛି ।

ABOUT THE AUTHOR

...view details