ଓଡିଶା

odisha

ETV Bharat / bharat

ଗୁଗୁଲ ଡୁଡୁଲରେ ଭର୍ସାଟାଇଲ ଆକ୍ଟର ଅମରେଶ ପୁରୀ

87ତମ ଜନ୍ମ ବାର୍ଷିକୀରେ ଗୁଗୁଲ ଡୁଡୁଲରେ ଅମରେଶ ପୁରୀ । ବଲିଉଡର ଭିଲେନ ଏବେ ବି ଲୋକଙ୍କ ହୃଦୟ ଭିତରେ ଜୀବନ୍ତ ରହିଛନ୍ତି । ମୋଗାମ୍ବୋ ଖୁସ ହୁଆ ଡାଇଲଗ ତାଙ୍କ ଅଭିନୟକୁ ଏକ ଭିନ୍ନ ପରିଚୟ ଦେଇଥିଲା । ମୋଗାମ୍ବୋ ଖୁସ ହୁଆ କହିଲେ ଅମରେଶଙ୍କୁ ହିଁ ବୁଝାଏ । ଏହି ଡାଇଲଗ ତାଙ୍କୁ ଆହୁରି ପରିଚିତ କରାଇଥିଲା ।

By

Published : Jun 22, 2019, 5:54 AM IST

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ@google

ନୂଆଦିଲ୍ଲୀ : ଶନିବାର ବଲିଉଡ ଭିଲେନ ଅମରେଶ ପୁରୀଙ୍କ 87 ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଗୁଗୁଲଡୁଡୁଲରେ ସ୍ଥାନ ପାଇଛି ତାଙ୍କର ଫଟୋ । ପୁନେର ଦେବାଶୁଂ ମୌଲିକ ଏହି ଆର୍ଟର ଗେଷ୍ଟ ଆର୍ଟିଷ୍ଟ । ଏବେ ବି ଲୋକଙ୍କ ମୁହିଁରେ ଅମରେଶଙ୍କ ମୋଗାମ୍ବୋ ଖୁସି ହୁଆ ଡାଇଲଗ ଜୀବିତ ।

୧୯୩୨ ମସିହା ଜୁନ 22 ତାରିଖରେ ପଞ୍ଜାବରେ ଜନ୍ମ ନେଇଥିଲେ ଏହି ଭର୍ସାଟାଇଲ ଆକ୍ଟର । 39 ବର୍ଷ ବୟସରେ ଅଭିନୟ ଦୁନିଆରେ ସେ ପାଦ ରଖିଥିଲେ । ଆଉ କମ ଦିନ ଭିତରେ ତାଙ୍କର ଅଭିନୟର ଯାଦୁରେ ପାଗଳ କରିଥିଲେ ଦର୍ଶକଙ୍କୁ । ଆଉ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ 400 ଚଳଚ୍ଚିତ୍ର କରିଥିଲେ ଅମରେଶ । କେବଳ ହିନ୍ଦି ନୁହେଁ ତେଲୁଗୁ,ତାମିଲ ଭାଷାର ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି ।

୨୦୦୫ ଜାନୁଆରୀ ୧୨ ତାରିଖରେ ମୁମ୍ବାଇରେ ତାଙ୍କର ପରଲୋକ ଘଟିଥିଲା । ତେବେ ସେହି ସମୟରେ ସମସ୍ତ ସବୁଠି ଦୁଃଖର ବାତାବରଣ ଥିଲା । ତାଙ୍କର ନିଖୁଣ ଅଭିନୟ ଯୋଗୁଁ ସେ ଆଜିବି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ।

ABOUT THE AUTHOR

...view details