ନୂଆଦିଲ୍ଲୀ: ଗୁଗୁଲ ପାଳିଲା ହୋଲି । ଗୁଗୁଲର ଡୁଡୁଲରେ ସ୍ଥାନ ପାଇଲା ହୋଲିର ସବୁ ରଙ୍ଗ । କିଏ ହୋଲି ଖେଳୁଛି ତ କିଏ ଖାଉଥିବା ଦୃଶ୍ୟ ଚିତ୍ରିତ ହୋଇଛି । ଘର ଅଗଣାରେ ରଙ୍ଗୋଲି କାଟି, ବାଜା ବଜାଇବା ଆଦି ଦୃଶ୍ୟ ଡୁଡୁଲରେ ସ୍ଥାନ ପାଇଛି । ହୋଲିର ଏହି ପର୍ବକୁ 'ଭଲର ମନ୍ଦ ଉପରେ ବିଜୟ' ଭାବେ ପାଳନ କରାଯାଏ । ବସନ୍ତ ଋତୁ ଆଗମନ ଖୁସିରେ ଏହି ପର୍ବ ପାଳିତ ହୋଇଥାଏ ।
ରଙ୍ଗରେ ଭିଜିଲା ଗୁଗୁଲ - celebration
ଗୁଗୁଲର ଡୁଡୁଲରେ ସ୍ଥାନ ପାଇଲା ହୋଲିର ସବୁ ରଙ୍ଗ । କିଏ ହୋଲି ଖେଳୁଛି ତ କିଏ ଖାଉଥିବା ଦୃଶ୍ୟ ଚିତ୍ରିତ ହୋଇଛି । ଘର ଅଗଣାରେ ରଙ୍ଗୋଲି କାଟି, ବାଜା ବଜାଇବା ଆଦି ଦୃଶ୍ୟ ଡୁଡୁଲରେ ସ୍ଥାନ ପାଇଛି ।
ଫଟୋ ସୌଜନ୍ୟ: ଗୁଗୁଲ
ରଙ୍ଗର ପର୍ବ ହୋଲି ଆଣିଦିଏ ଖୁସି । ସମ୍ପର୍କକୁ କରେ ମଜଭୁତ । ପରଷ୍ପରକୁ ହୋଲି ଲଗାଇ ପାଣି ଢାଳି ନାଚ ଗୀତ ସହ ଧୂମଧାମରେ ହୋଲି ପାଳନ୍ତି ସାଧାରଣ ଲୋକେ । ମାର୍ଚ୍ଚ ମାସ ପୂର୍ଣ୍ଣିମା ପର ଦିନ ଏହି ପର୍ବ ପାଳନ ହୋଇଥାଏ । କିନ୍ତୁ ମଥୁରା ଓ ବୃନ୍ଦାବନରେ ଏହି ପର୍ବ ଏକ ସପ୍ତାହ ପୂର୍ବରୁ ପାଳନ ହୋଇଥାଏ ।
ଭାରତର ବିଭିନ୍ନ ରାଜ୍ୟରେ ସାଧାରଣ ଭାବରେ ହୋଲି ପାଳନ ହେଉଥିବାବେଳେ ଓଡିଶା ଓ ପଶ୍ଚିମବଙ୍ଗରେ ହୋଲି ପୂର୍ବରୁ ଦୋଳ ଯାତ୍ରା ହୋଇଥାଏ ।